ସୁନ୍ଦରଗଡ ଜିଲ୍ଲା ପାଇଁ ଡବଲ ଖୁସି।। ରାଉରକେଲାର ଅନୁପ ଏବଂ ସୁନ୍ଦରଗଡର ଗୌରବ ଅଗ୍ରୱାଲ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ।

0 624

ଆଜି ସୁନ୍ଦରଗଡ଼ ଜିଲ୍ଲା ପାଇଁ ଏକ ଖୁସିର ଦିନ । ସୁନ୍ଦରଗଡ଼ ଟାଉନ ମିଶନ ରୋଡ଼ରେ ରହୁଥିବା ଗୌରବ ଅଗ୍ରୱାଲ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୮୬ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ରାଉରକେଲାର ଅନୁପ ଗର୍ଗ ମଧ୍ୟ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଏହା ଜିଲ୍ଲା ପାଇଁ ଡବଲ ଖୁଶି।

ଉଭୟ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଖବର ପାଇବା ପରେ ସହରରୁ ତାଙ୍କ ପରିବାର ପାଖକୁ ଶୁଭେଚ୍ଛା ବାର୍ତ୍ତା ଛୁଟିଛି। ଅନୁପ ରାଉରକେଲା ର ବିଶିଷ୍ଟ ବ୍ୟବସାୟୀ ସୁଶୀଲ ଗର୍ଗ ଙ୍କ ସୁପୁତ୍ର ହୋଇଥିବା ବେଳେ ଗୌରବ ଙ୍କ ବାପା ସଜ୍ଜନ କୁମାର ଅଗ୍ରୱାଲ ପୂର୍ବତନ ବ୍ୟାଙ୍କ ଅଧିକରୀ ଥିଲେ।
ଗୌରବ ପ୍ରଥମ ଥର ପରୀକ୍ଷାରେ ଅସଫଳ ହେବାପରେ ଦୂତୀୟ ଥର ସଫଳ ହୋଇଛନ୍ତି। ଦିନକୁ ୧୦ ରୁ ୧୨ ଘଣ୍ଟା ପରିଶ୍ରମ କରିବାକୁ ପଡିଥିଲା ବୋଲି ସେ କହିଛନ୍ତି। ଆଜି ସଫଳ ହେବ ପରେ ସେ ବେଶ ଖୁସି ଏବଂ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.