ବିଳମ୍ବରେ ହେଲେ ମଧ୍ୟ ବାଲି ଚୋରା ଚାଲାଣ ଉପରେ ସୁନ୍ଦରଗଡ଼ ପୋଲିସ ଚଢ଼ାଉ ଆରମ୍ଭ କରିଛି। ଶନିବାର ଦିନ ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ଦଲକି ପଞ୍ଚାୟତ ଶଙ୍ଖ ନଦୀରୁ ବେଆଇନ ବାଲି ଚୋରାଚାଲାଣ ହେଉଥିବା ବେଳେ ଏହି ଚଢ଼ାଉ କରାଯାଇଥିଲା। ବେଆଇନ ଭାବେ ବାଲି ଉତ୍ତୋଳନ କରି ଚାଲାଣ କରୁଥିବା ବେଳେ ୧୧ ଟି ବାଲି ବୋଝେଇ ଡ଼ମ୍ପର ଜବତ କରିଛି ରାଇବୋଗା ପୁଲିସ l

ସୂଚନା ଅନୁଯାୟୀ ଆଜି ସକାଳେ ରାଏବୋଗା ପୁଲିସ କୌଣସି ସୁତ୍ରରୁ ଚୋରା ବାଲି ଚାଲାଣ ସମ୍ପର୍କିତ ଖବର ପାଇଥିଲା। ଦଲକି ପଞ୍ଚାୟତ ଅଧୀନରେ ଥିବା ଶଙ୍ଖ ନଦୀରୁ ବେଆଇନ୍ ଭାବେ ବାଲି ଚୋରା ଚାଲାଣ ହେଉଥିବା ସୂଚନା ମିଳିଥିଲା। ସୁନ୍ଦରଗଡ଼ ଏସ୍ ପି ସାଗରିକା ନାଥ ଙ୍କ ନିର୍ଦ୍ଦେଶକ କ୍ରମେ ବୀରମିତ୍ରପୁର ଏସ୍ ଡି ପିଓ ଓ ରାଏବୋଗା ଥାନା ଅଧିକାରୀ ସୂର୍ଯ୍ୟକାନ୍ତି ଦାସଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଏହି ଚଢାଉ ରେ ସାମିଲ ଥିଲେ l ମାସ ମାସ ଧରି ବାଲି ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ପୁଲିସ ଏବଂ ସ୍ଥାନୀୟ ତହସିଲଦାର କେମିତି ସୂଚନା ପାଇ ପାରୁ ନଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।