ରାଉରକେଲା ପୋଲିସ ଏକ ବଡ଼ ଧରଣର ଡକାୟତି ଯୋଜନା କୁ ପଣ୍ଡ କରିବାରେ ସକ୍ଷମ ହୋଇଛି। ବୁଧବାର ରାତିରେ ସହର ର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଡକାୟତି କରିବାକୁ ଯୋଜନା କରୁଥିବା ଗ୍ୟାଙ୍ଗ କୁ ପ୍ଲାଣ୍ଟସାଇଟ ପୋଲିସ ଗିରଫ କରିବାରେ ସଫଳ ହୋଇଛି

। ଗିରଫ ଡକାୟତଙ୍କ ନିକଟରୁ ୪ ଟି ପିସ୍ତଲ , ୩୨ ରାଉଣ୍ଡ ଜୀବନ୍ତ ଗୁଳି , ୨ ଟି ବମ , ୨ ଟି ଖଣ୍ଡା ଏବଂ ଗୋଟିଏ କାର ଜବତ କରାଯାଇଛି। ରାଉରକେଲା ବିଶ୍ରା- ବନ୍ଧମୁଣ୍ଡା ରୋଡ଼ର ଫଟାପାଇପ ନିକଟରେ ଏକ କାର ରେ ଏହି ଡକାୟତ ମାନେ ଅପରାଧ କରିବାକୁ ଯାଉଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲେ। ଧରା ପଡିଥିବା ତିନିଜଣ ଡକାୟତ ମାଲଗୋଦାମ ରୋଡ଼ ର ମହମ୍ମଦ ପରବେଜ , ଗୁରୁଦ୍ୱାର ରୋଡ ର ପ୍ରମୋଦ ଶ୍ରୀବାସ୍ତଵ ଏବଂ ଶମ୍ଭୁରାମ ଙ୍କ ନାମରେ ପୂର୍ବରୁ ମଧ୍ୟ ଅପରାଧିକ ମାମଲା ଥିବା ଜଣା ପଡ଼ିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି। ତିନିଜଣ ଡ଼କାୟତ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।