ରାଉରକେଲା ଲେବର ଟେନାମେଣ୍ଟ ଅଞ୍ଚଳରେ ଘରେ ପୋଡିହୋଇ ଗୁରୁତର ଆହତ ମହିଳାଙ୍କୁ ଅଧିକ ଚିକିତ୍ସା ଲାଗି କଟକ ଅଶ୍ୱିନୀ ହସପିଟାଲକୁ ସ୍ଥାନାନ୍ତର କରଯାଇଛି।

ଗତକାଲି ଉକ୍ତ ମହିଳା ଘରେ ପୋଡି ହୋଇ ଗୁରୁତର ହୋଇ ପଡିବା ପରେ ତାଙ୍କୁ ଆଇଜିଏଚ ନିଆଯାଇଥିଲା। ମାତ୍ର ତାଙ୍କ ଶରୀରର ୯୦ ପ୍ରତିଶତ ପୋଡିଯାଇଥିବାରୁ ତାଙ୍କୁ ଅଧିକ ଚିକିତ୍ସା ଲାଗି କଟକ ପଠାଯାଇଛି। ଆହତ ମହିଳା ସଂଯୁକ୍ତା ରାଣୀ ଦାସ ୧ ବର୍ଷ ହେଲା ବିବାହ କରିଥିବା ବେଳେ କିଛିଦିନ ପୂର୍ବରୁ ତାଙ୍କର ଏକ ସନ୍ତାନ ଜନ୍ମ ହୋଇଥିଲା। ପ୍ରାଥମିକ ତଦନ୍ତରୁ ସଂଯୁକ୍ତା ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ପଡ଼ିଛି। ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କଲେ ସେ ବାବଦରେ ରଘୁନାଥପାଲି ପୋଲିସ ତଦନ୍ତ କରୁଛି।