ରାହୁଲ ଅଗ୍ରୱାଲ ମୃତ୍ୟୁ ମାମଲାର ନୂତନ ମୋଡ଼।। ପରିବାର ବର୍ଗଙ୍କୁ ଧମକ ଭରା ଚିଠି।। ଜାମସେଦପୁର ରେ ‘ ଜଷ୍ଟିସ ଫର ରାହୁଲ ‘ କାର୍ଯ୍ୟକ୍ରମ।

0 817

ରାଉରକେଲା ସିଭିଲ ଟାଉନଶିପ ରାହୁଲ ଅଗ୍ରୱାଲ ମୃତ୍ୟୁ ମାମଲାର ଏକ ନୂତନ ମୋଡ ସାମ୍ନା କୁ ଆସିଛି। ସୋମବାର ଦିନ କେହି ଅଜଣା ବ୍ୟକ୍ତି ଏକ ଧମକ ଭରା ଚିଠି ରାହୁଲ ଙ୍କ ଘର ଆଗରେ ଛାଡି ଦେଇ ଯାଇଛି।

ରାହୁଲଙ୍କ ଶ୍ୱଶୁର ଘର ନାଁରେ ଯେଉଁ କେଶ ଦିଆଯାଇଛି ତାକୁ ପ୍ରତ୍ୟାହାର ନକଲେ ପରିଣାମ ଭୟଙ୍କର ହେବ ବୋଲି ଚିଠିରେ ଦର୍ଶା ଯାଇଛି। ରାହୁଲ ଙ୍କ ପରିବାର ପକ୍ଷରୁ ଏ ବାବଦରେ ରଘୁନାଥପାଲି ଥାନାରେ ସୂଚନା ଦିଆଯାଇଛି। ପୋଲିସ ଏକ ମାମଲା ରଜ୍ଜୁ କରି ଏହି ଘଟଣା ର ଅନୁସନ୍ଧାନ କରୁଛି।
ଅନ୍ୟପକ୍ଷରେ ଜାମସେଦପୁର ରେ ରାହୁଲ ଙ୍କୁ ନ୍ୟାୟ ଦେବା ଦାବିରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ର କରାଯାଇଥିଲା। ମାରୱାଡି ଯୁବା ମଞ୍ଚ ପକ୍ଷରୁ ବିଷ୍ଟୁପୁର ଗୋଲ ଛକ ନିକଟରେ ‘ ଜଷ୍ଟିସ ଫର ରାହୁଲ ‘ କାର୍ଯ୍ୟକ୍ରମ କରାଯାଇ ଦେବଗନ୍ତ ରାହୁଲଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ରାହୁଲଙ୍କ ମୃତ୍ୟୁ ଲାଗି ଦାୟୀ ଶ୍ୱଶୁର ଘରର ସମସ୍ତ ଲୋକଙ୍କୁ ଶୀଘ୍ର ଗିରଫ କରିବା ଲାଗି ଦାବି କରାଯାଇଥିଲା। ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ରାହୁଲ ଙ୍କ ଭାଇ ଏବଂ ଭଉଣୀ ଙ୍କ ସମେତ ଜାମସେଦପୁର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ଗତ ୫ ତାରିଖ ଦିନ ଜାମସେଦପୁର ରେ ଏକ ସାତ ମହଲା କୋଠା ଉପରୁ ପଡି ରାହୁଲ ମୃତ୍ୟୁ ବରଣ କରିଥିଲେ। ରାହୁଲଙ୍କ ମୃତ୍ୟୁ ଲାଗି ଶ୍ୱଶୁର ଘର ଲୋକଙ୍କୁ ଦାୟୀ କରି ରାହୁଲ ଙ୍କ ପରିବାର ପକ୍ଷରୁ ବିଷ୍ଟୁପୁର ଥାନାରେ ଏତେଲା ଦିଆଯାଇଥିଲା। ଏହାପରେ ରାହୁଲଙ୍କ ଶ୍ୱଶୁର ଘରର ସମସ୍ତ ସଦସ୍ୟ ଫେରାର ଅଛନ୍ତି।

Leave A Reply

Your email address will not be published.