ସୁନ୍ଦରଗଡରେ ବୃଦ୍ଧି ପାଉଥିବା ଡ୍ରଗ୍ସ କାରବାର ଉପରେ ଅଙ୍କୁଶ ଲଗାଇବାକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଙ୍କୁ ଭେଟିଲେ ସ୍ଥାନିୟ ଲୋକମାନେ।

ଗତକାଲି
ପତ୍ରାପଡା ରେ ଜଣେ ମହିଳା ଙ୍କୁ ଡ୍ରଗ୍ସ ସପ୍ଲାଇ କରିବା ଅଭିଯୋଗ
ରେ ନିସ୍ତୁକ ମାଡ ମାରିଥିଲେ ସ୍ଥାନୀୟ ମହିଳା ମାନେ । ଏହାପରେ ସେଠାରେ ଡ୍ରଗ୍ସ କାରବାର କରୁଥିବା ବେପାରୀ ମାନଙ୍କ ଘର ଉପରେ ଚଡାଉ କରୁଥିଲେ । ଏହାକୁ ନେଇ ଉକ୍ତ ଅଞ୍ଚଳ ରେ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ପହଞ୍ଚି ଉକ୍ତ ମହିଳାଙ୍କୁ ଉଦ୍ଧାର କରି ତଦନ୍ତ କରୁଛନ୍ତି। ଆଜି ସହର ବହୁ ଯୁବକ ଏବଂ ମହିଳା ଏକତ୍ରିତ ହୋଇ ସହର ରେ ଡ୍ରଗ୍ସ ସମ୍ପୂର୍ଣ ଭାବରେ ବନ୍ଦ କରିଵା ପାଇଁ ଜିଲ୍ଲାପାଳ ଙ୍କ ନିକଟ କୁ ଯାଇ ଦାବୀ ଜଣାଇଛନ୍ତି । ଡ୍ରଗ୍ସ କବଳରେ ଯୁବ ସମାଜ ଦିନକୁ ଦିନ ଛନ୍ଦି ହୋଇ ପଡୁଥିବାର ଲୋକମାନେ ଅଭିଯୋଗ କରିଥିଲେ । ଆଗାମୀ ଦିନ ରେ ସହରରେ ଏହି ଡ୍ରଗ୍ସ କାରବାର ବନ୍ଦ ନହେଲେ ତୀବ୍ର ଆନ୍ଦୋଳନ ପାଇଁ ଚେତାବନୀ ମଧ୍ୟ ଦେଇଛନ୍ତି ସ୍ଥାନୀୟ ଲୋକେ । କିଛି ଦିନ ହେବ ସୁନ୍ଦରଗଡ଼ ଅଞ୍ଚଳ ରେ ଡ୍ରଗ୍ସ କାରବାର ବ୍ୟାପକ ମାତ୍ରା ରେ ବଢି ବଢି ଚାଲିଛି । ଅନେକ ଯୁବ ଏବଂ ଛାତ୍ର ମାନେ ଏହାର କବଳରେ ପଡି ସର୍ବସ୍ବାନ୍ତ ହେଲେଣି। ଅନେକ ପରିବାର ଛାରଖାର ହେଲାଣି । ଏ ବାବାଦରେ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକମାନେ ଜିଲ୍ଲାପାଳ ଏବଂ ପୋଲିସ ପ୍ରଶାସନ କୁ ନିବେଦନ କରିଛନ୍ତି।