ହୃଦରୋଗଜନିତ ସମସ୍ୟା ଥିବା ବ୍ୟକ୍ତିଙ୍କ ଲାଗି ସୁନ୍ଦରଗଡରେ ସୁପର ସ୍ପେସିଆଲିଟି ଚିକିତ୍ସା ସେବା ଆରମ୍ଭ।

0 470

ସୁନ୍ଦରଗଡ଼ ଜିଲ୍ଲାର ହୃଦରୋଗଜନିତ ସମସ୍ୟା ଥିବା ବ୍ୟକ୍ତିଙ୍କୁ ସୁପରସ୍ପେଶାଲଟି ଚିକିତ୍ସା ସେବା ଯୋଗାଇଦେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସ୍ୱତନ୍ତ୍ର ସୁବିଧା କରାଯାଇଛି।

ଏହା ଫଳରେ ରୋଗୀମାନେ ବିଶେଷଜ୍ଞଙ୍କଠାରୁ ମାଗଣାରେ ଚିକିତ୍ସା ଓ ପରାମର୍ଶ ପାଇପାରିବେ । ପ୍ରତ୍ୟେକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ହୃଦରୋଗ ବିଶେଷଜ୍ଞ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅପରାହ୍ଣ ୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଉପସ୍ଥିତ ରହିବେ। ହୃଦରୋଗଜନିତ ସମସ୍ୟା ଭୋଗୁଥିବା ବ୍ୟକ୍ତି ଏହି ସମୟରେ ବିଶେଷଜ୍ଞଙ୍କଠାରୁ ଆବଶ୍ୟକ ପରାମର୍ଶ ନେଇପାରିବେ ବୋଲି
ସି ଡି ଏମ୍ ଓ ସରୋଜ କୁମାର ମିଶ୍ର କହିଛନ୍ତି।

Leave A Reply

Your email address will not be published.