ସ୍କୁଲ ର ନୂତନ ଘର ନିର୍ମାଣ ଆଳରେ ବହୁ ସଂଖ୍ୟକ ଗଛ କଟାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ବ୍ଲକ ଅଞ୍ଚଳରୁ।

ଟେଣ୍ଟେଙ୍ଗାଗିଳା ସ୍କୁଲ ର ଚାଲିଛି ରୂପାନ୍ତିକରଣ। ସ୍କୁଲ ଘର ତିଆରି ସ୍ଥାନରୁ ଯେତିକି ଗଛ କଟାଯାଇନାହିଁ ତା ଠାରୁ ବେଶୀ କଟା ଯାଇଛି ସ୍କୁଲ ପରିସରରୁ। ଏଠାରୁ ଶହ ଶହ ଗଛ କଟାଯାଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ବନ ବିଭାଗ ପାଖରେ କୌଣସି ଖବର ନାହିଁ। ଏପରିକି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନଙ୍କ ପାଖରେ ଏ ବାବଦରେ କୌଣସି ଖବର ନାହିଁ ବୋଲି କୁହାଯାଇଛି। ବନ ବିଭାଗ କିମ୍ବା ଶିକ୍ଷା ବିଭାଗ କୁ ନଜଣାଇ ଶହ ଶହ ସଂଖ୍ୟାରେ ଗଛ କଟାଯାଇଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି।