ତ୍ରିଶକ୍ତି ଧାମ ର ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ।। ଭକ୍ତଙ୍କ ଦର୍ଶନ ଲାଗି ଖୋଲାଗଲା ମନ୍ଦିର।। ପୂର୍ଣ୍ଣାହୁତି ଆଜି।

0 354

ରାଉରକେଲା ହନୁମାନ ବାଟିକା ପରିସରରେ ନିର୍ମିତ ତ୍ରିଶକ୍ତି ଧାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଯାଇଛି। ବୁଧବାର ଦିନ ପ୍ରାଣ ପ୍ରତିଷ୍ଠା ରୀତିନୀତି ସମ୍ପନ୍ନ ହେବା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଲାଗି ମନ୍ଦିର ଖୋଲା କରି ଦିଆଯାଇଥିଲା।

ସାତଦିନ ଧରି ଚାଲିଥିବା ଜଜ୍ଞ , ହୋମ ଆଦିର ଆଜି ପୂର୍ଣ୍ଣାହୁତି ଦିଆଯାଇଛି। ତ୍ରିଶକ୍ତି ଧାମ ପରିସରରେ ସାଲାସରା ଵାଲାଜୀ , ଶ୍ରୀ ଖାଟୁ ଶ୍ୟାମ ବାବା ଏବଂ ରାଣୀ ସତୀ ଦାଦୀଜୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଛି। ପ୍ରାଣ ପ୍ରତିଷ୍ଠା ଉତ୍ସବ ର ସାତ ଦିନ ମଧ୍ୟରେ ଲକ୍ଷାଧିକ ଭକ୍ତଙ୍କ ଆଗମନ ହୋଇଛି ଏହି ମନ୍ଦିର କମ୍ପ୍ଲେକ୍ସ କୁ। ଆଜି ସକାଳେ ଖଟୁ ଶ୍ୟାମ ପରିବାର ପକ୍ଷରୁ ଏକ ଭବ୍ୟ ଶୋଭାଯାତ୍ର ସହର ପରିକ୍ରମା କରି ତ୍ରିଶକ୍ତି ଧାମ ରେ ପହଞ୍ଚି ଥିଲା। ଆଜି ମଧ୍ୟ ସେଠାରେ ଭକ୍ତଙ୍କ ସମାଗମ ଲାଗି ରହିଛି। ତ୍ରିଶକ୍ତି ଧାମ ପ୍ରତିଷ୍ଠା ହେବା ଦ୍ୱାରା ରାଉରକେଲା ର ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ହେବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜୟ ହନୁମାନ ଟ୍ରଷ୍ଟ ର ଚେୟାର ମ୍ୟାନ ଦିଲ୍ଲୀପ ରାୟ କହିଛନ୍ତି।

Leave A Reply

Your email address will not be published.