ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଖତକୁରବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପତ୍ରାଟୋଲିରେ ଜେଏସ୍ ଡବ୍ଲୁ ତରଫରୁ ଏକ ରାସ୍ତା ନିର୍ମାଣକୁ ନେଇ ୨ ଗୋଷ୍ଠୀ ମଧ୍ଯରେ ବିବାଦ ସୃଷ୍ଟି ହୋଇ ଉତ୍ତେଜନା ଦେଖାଦେଇଛି ।

ଘଟଣା ଅନୁଯାୟୀ ଖତକୁରବାହାଲ ଗ୍ରାମର ପତ୍ରାଟୋଲି,ଫସାକାନି,ସାନବର୍ସା ଗ୍ରାମର ଲୋକମାନେ ଗତ ୨ ତାରିଖ ଦିନ ସୁନ୍ଦରଗଡ ଉପ ଜିଲ୍ଲାପାଳଙ୍କୁ ସାନବର୍ସାରୁ ପତ୍ରାଟୋଲି ହେଉଥିବା ରାସ୍ତାକୁ ସରକାରଙ୍କ ଆର ଡି,
ପି ଡବ୍ଲୁ ଡି କିମ୍ବା ଅନ୍ଯାନ୍ଯ ସରକାରୀ ସଂସ୍ଥା ଦ୍ବାରା ନିର୍ମାଣ କରିବା ପାଇଁ ଦାବି ଜଣାଇଥିଲେ । ସେଥିରେ ଜେଏସ୍ ଡବ୍ଲୁ ତରଫରୁ ଉକ୍ତ ରାସ୍ତା ନିର୍ମାଣ ନକରିବାପାଇଁ ଦାବି ଜଣାଇଥିଲେ । ତେବେ ବୁଧବାର ଦିନ ସକାଳ ୯ ଟାରେ ଜେଏସ୍ ଡବ୍ଲୁ ତରଫରୁ ଉକ୍ତ ରାସ୍ତା ନିର୍ମାଣ ଚାଲିଥିବା ବେଳେ ସ୍ଥାନୀୟ ସମିତିସଭ୍ଯା ପୁଷ୍ପା ତିର୍କୀ ସମେତ କେତେକ ଲୋକ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉକ୍ତ ରାସ୍ତାରେ କାର୍ଯ୍ଯରତ ଶ୍ରମିକ ଓ ବିରୋଧ କରୁଥିବା ଲୋକଙ୍କ ମଧ୍ଯରେ ବଚସା ହୋଇ ଠେଲା ପେଲା ହୋଇଥିଲା । ଏଥିରେ ସମିତିସଭ୍ଯା ପୁଷ୍ପା ତିର୍କୀ ଆହତ ହେବାରୁ ତାଙ୍କୁ କୁତ୍ରା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆଧିକ ଚିକିତ୍ସା ପାଇଁ ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ଲାଞ୍ଜିବେର୍ଣ୍ଣl ଫାଣ୍ଡିରେ ଉଭୟ ପକ୍ଷରୁ ପୃଥକ ପୃଥକ ୨ ଟି ମାମଲା ରୁଜୁ କରାଯାଇଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛନ୍ତି।