ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ଲଲେଇ ବ୍ରିଜ ନିକଟରେ ସ୍କିର୍ପିଓ ଏବଂ ଏକ ଅଟୋ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ତିନିଜଣ ଗୁରୁତର ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକମାନେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ରାଉରକେଲା ପଠାଇଛନ୍ତି। ଦୁର୍ଘଟଣା ଏତେ ଭୟାବହ ଥିଲାଯେ ଅଟୋ ଟି ସମ୍ପୂର୍ଣ୍ଣ ଚୁର୍ ମାର ହୋଇଯାଇଛି । ଉକ୍ତ ରାସ୍ତାରେ ଗାଡିର ବେଗ ନିଅନ୍ତ୍ରଣ ଏବଂ ଆହତଙ୍କୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିଛନ୍ତି । ଲହୁଣୀପଡା ପୋଲିସ ଗାଡି ଦୁଇଟିକୁ ଜବତ କରିବା ସହ ମାମଲାର ତଦନ୍ତ କରୁଛନ୍ତି ।