ରାଉରକେଲା ମହାନଗର ନିଗମ ପକ୍ଷରୁ ପ୍ରାକ୍ ମୌସୁମୀ ସଫେଇ କାମ ଆରମ୍ଭ।। ଉଦିତନଗର ମୁଖ୍ୟ ମାର୍ଗ ନିକଟ ଡ୍ରେନ ସଫା କରାଗଲା।

0 318

ରାଉରକେଲା ମହାନଗର ନିଗମ ପକ୍ଷରୁ ସହରରେ ପ୍ରାକ୍ ମୌସୁମୀ ସଫେଇ କାମ ଗୁରୁବାର ଦିନ ଆରମ୍ଭ ହୋଇଛି। କିଛିଦିନ ହେଲା ସହରରେ କାଳ ବୈଶାଖୀ ବର୍ଷା ଫଳରେ ବିଭିନ୍ନ ଅଞ୍ଚଳରେ ତଥା ରାସ୍ତା ଉପରେ ପାଣି ଜମି ରହିଥିଲା।

ସହର ବର୍ଜ୍ୟ ଜଳ ନିଷ୍କାସନ ହେଉଥିବା ଡ୍ରେନ ଗୁଡିକ ଜାମ ହୋଇଥିବା ଯୋଗୁଁ ଏପ୍ରକାର ସ୍ଥିତି ଉତ୍ପନ ହୋଇଥିଲା । ରାଉରକେଲା ସହରର ଉଦିତନଗର ସିଟି ସୁପର ବଜ଼ାର ନିକଟ ମୁଖ୍ୟମାର୍ଗ ରେ ଥିବା ଡ୍ରେନ ଜାମ ଯୋଗୁଁ ଉକ୍ତ ରାସ୍ତାରେ ପାଣି ଜମି ରହିଥିଲା। ଏ ବାବଦରେ ସ୍ଥାନୀୟ ଲୋକମାନେ ମହନଗର ନିଗମ ଅଧିକାରୀଙ୍କୁ ଅବଗତ କରାଇବା ପରେ ଗୁରୁବାର ଦିନ ଜେସିବି ଏବଂ ସଫେଇ କର୍ମଚାରୀ ଙ୍କ ସହ ମହନଗର ନିଗମ ଅଧିକାରୀ ମାନେ ପହଞ୍ଚି ଡ୍ରେନ ସଫା କରିଥିଲେ। ସହରରେ ଥିବା ଅନ୍ୟ ଡ୍ରେନ ଗୁଡିକ ମଧ୍ୟ ଖୁବଶୀଘ୍ର ସଫା କରାଯିବାକୁ ସାଧାରଣରେ ଦାବି ହେଉଛି। ତେବେ ଲୋକଙ୍କ ଅଭିଯୋଗ ମିଳିବା ପରେ ମହାନଗର ନିଗମ ନାଳ ସଫା କରିବାକୁ ତୁରନ୍ତ ପଦକ୍ଷେପ ନେଇଥିବାରୁ ସ୍ଥାନୀୟ ଲୋକେ ନିଗମ କର୍ମଚାରୀ ଙ୍କୁ ଧନ୍ୟବାଦ ଦେଇଛନ୍ତି।

Leave A Reply

Your email address will not be published.