ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ଙ୍କ ସହରର ବିଭିନ୍ନ ଅଞ୍ଚଳ ଗସ୍ତ।। ବିଭିନ୍ନ ସମସ୍ୟା ବାବଦରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା।

0 593

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଉରକେଲା ର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ତାଙ୍କ ର ୪ ଦିନିଆ ଗସ୍ତରେ ରାଉରକେଲା ରେ ପହଁଚିବା ପରେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ।

ଗୁରୁବାର ସକାଳେ ସହରର ପାୱାର ହାଉସ ରୋଡ , ବିରସା ଡାହାର ରୋଡ଼ ଆଦି ଅଞ୍ଚଳ ଗସ୍ତ କରି ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ରାୟ ସେଠାରେ ଥିବା ଅରବିନ୍ଦ ସ୍କୁଲ , ହନୁମାନ ମନ୍ଦିର ଆଦି ସ୍ଥାନ ବୁଲି ଦେଖିବା ସହ ସେଠାରେ ଆବଶ୍ୟକ କରୁଥିବା ଉନ୍ନୟନ ମୂଳକ କାର୍ଯ୍ୟ ବାବଦରେ ଅବଗତ ହୋଇଥିଲେ। ସ୍କୁଲ ଏବଂ ମନ୍ଦିରର ଯଥା ସମ୍ଭବ ଉନ୍ନତି ଲାଗି ଯଥା ସମ୍ଭବ ସାହାଯ୍ୟ କରିବାକୁ ଶ୍ରୀ ରାୟ ପ୍ରତିଶୃତି ଦେଇଥିଲେ। ଦିଲ୍ଲୀପ ରାୟଙ୍କ ସହ ଏହି ଗସ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ନଗରପାଳ କାଳନ୍ଦୀ ବଡ଼ଜେନା, ରମେଶ ବଳ , ବଣିକ ସଂଘ ସଭାପତି ସୁବ୍ରତ ପଟ୍ଟନାୟକ , ହରି ହର ରାଉତରାୟ , ରଣଜିତ ନାୟକ , କେଦାର ମହାନ୍ତି , ବିରେନ ପତି , ମିନତୀ ଦେବତା ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.