ବିରମିତ୍ରପୁରରେ ସିଭିଲ ଜଜ କୋର୍ଟ ଜୁନିଅର ଡିଭିଜନ ଉଦଘାଟିତ।। ଉଦଘାଟନ କଲେ ଓଡିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଡକ୍ତର ଏସ ମୁରଲୀଧର।
ବିରମିତ୍ରପୁର ବାସୀଙ୍କ ବହୁ ପ୍ରତୀକ୍ଷିତ ସିଭିଲ ଜଜ କୋର୍ଟ ଏବଂ ଜେ ଏମ୍ ଏଫ ସି କୋର୍ଟ ମଙ୍ଗଳବାର ଦିନ ଉଦଘାଟିତ ହୋଇଯାଉଛି।

ଓଡିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଡକ୍ତର ଏସ ମୁରଲୀଧର ଆଜି ଏହି କୋର୍ଟ କୁ ଉଦଘାଟନ କରିଛନ୍ତି। ଏହି କୋର୍ଟ ଉଦଘାଟନ ଦ୍ୱାରା ତିନୋଟି ଥାନା କ୍ଷେତ୍ର ବିରମିତ୍ରପୁର , ହାତୀବାରି , ରାଏବଗା ଲୋକମାନେ ଉପକୃତ ହୋଇପାରିବେ। ପୂର୍ବରୁ ଲୋକମାନଙ୍କୁ ରାଉରକେଲା କୋର୍ଟକୁ ଆସିବାକୁ ପଡୁଥିଲା । ଉଦଘାଟନୀ ଉତ୍ସବରେ ବିରମିତ୍ରପୁର ଓକିଲ ସଂଘର ଅଧ୍ୟକ୍ଷ ଅମରନାଥ ଝା , ରାଉରକେଲା ଓକିଲ ସଂଘର ପଦାଧିକାରୀ , ଏବଂ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।