ରାଜଗାଙ୍ଗପୁର ରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଯୁବ ଖେଳାଳିଙ୍କ ମୃତ୍ୟୁ।। ଦୁର୍ଘଟଣା ଲାଗି ହକି ପ୍ରଶିକ୍ଷକଙ୍କୁ ଦାୟୀ କରି ଥାନାରେ ଏତେଲା।
ଦୁଇ ଉଦୀୟମାନ ଯୁବ ହକି ଖେଳାଳି ଙ୍କୁ ହରେଇଲା ସୁନ୍ଦରଗଡ । ଅକାଳ ରେ ଚାଲିଗଲା ଦୁଇ ନବ ଯୁବକ ଙ୍କ ଜୀବନ। ହକି ଖେଳିବା ପାଇଁ ଯାଇଥିବା ବେଳେ ଉଚ୍ଚ ଶକ୍ତି ସମ୍ପନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଲେ ରାଜଗାଙ୍ଗପୁର ଅଲଣ୍ଡା ପଞ୍ଚାୟତ ଗରିଆମାଲ ଗ୍ରାମର ଦୁଇ ଯୁବ ହକି ଖେଳାଳୀ

। ୧୭ ବର୍ଷୀୟ ସୁରଜ ଏକ୍କା ଏବଂ ୧୫ ବର୍ଷୀୟ ବିରେନ୍ଦ୍ର କୁଜୁର ହକି ଖେଳ ଅଭ୍ୟାସ କରି ଫେରିଲା ବେଳେ ଏହି ଅଘଟଣ ଘଟିଥିଲା। ମଙ୍ଗଳବାର ସକାଳେ ଗ୍ରାମ ନିକଟରେ ଥିବା ଏକ ପଡିଆ କୁ ହକି ଖେଳିବା ପାଇଁ ଯାଇଥିବା ବେଳେ ବିଦ୍ୟୁତ ତାର ବନ୍ଧା ଯାଇଥିବା ଏକ ଲୁହା ଖୁଣ୍ଟ ଉପୁଡି ପଡ଼ିଥିବା ଦେଖିବାକୁ ମିଳିଥିଲା। ଉକ୍ତ ଖୁଣ୍ଟ କୁ ପୋତିବା ଲାଗି ହକି ପ୍ରଶିକ୍ଷକ ସୁନୀଲ ଟିଗା କହିଥିଲେ। ଖୁଣ୍ଟ ପୋତିବା ସମୟରେ ଉପରେ ଯାଇଥିବା ଏକ ଉଚ୍ଚ କ୍ଷମତା ସମ୍ପନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ଦୁଇ ଯୁବକ। ଘଟଣା ସ୍ଥଳରେ। ଛିଟିକି ପଡ଼ିଥିଲେ ଦୁଇ ଖେଳାଳି। ଗ୍ରାମବାସୀ ମାନେ ଚିକିତ୍ସା ପାଇଁ ତୁରନ୍ତ ରାଜଗାଙ୍ଗପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଆସିଥିଲେ। ହସପିଟାଲ ରେ ପହଁଚିବା ପୂର୍ବରୁ ଜୀବନ ହାରିଥିଲେ ଦୁଇ ଯୁବକ। ଡାକ୍ତର ସେମାନଙ୍କୁ ସେଠାରେ ମୃତ ଘୋଷଣା କରିଥିଲା। ଏହି ଘଟଣା କୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉକ୍ତ ହକି ପ୍ରଶିକ୍ଷକଙ୍କ ନାମରେ ଥାନାରେ ଏତେଲା ଦିଆଯାଇଛି। କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ଦାବି କରିଛନ୍ତି ସ୍ଥାନୀୟ ଲୋକମାନେ। ଏହି ଘଟଣାରେ ଉକ୍ତ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି।