ସୁନ୍ଦରଗଡ ଜିଲ୍ଲାରେ ବେଆଇନ ବାଲି ଉଠାଣ ସଂସ୍ଥାଙ୍କୁ ୩ କୋଟି ୯୮ଲକ୍ଷ ଟଙ୍କା ଜରିମାନା।। ଜରିମାନା କଲେ ନେସନଲ ଗ୍ରୀନ ଟ୍ରିବୁନାଲ।
ବେଆଇନ ବାଲି ଉଠାଣ କୁ ନେଇ ଏନ ଜି ଟି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀ ପଡା ତହସିଲରେ ଦୁଇ ଠିକା ସଂସ୍ଥାକୁ ୩ କୋଟି ୯୮ଲକ୍ଷ ଟଙ୍କା ଜରିମାନା କରିଛନ୍ତି।

ସୁନ୍ଦର ଗଡ଼ ଜିଲ୍ଲା ଲହୁଣୀପଡ଼ା ତହସିଲ ଅନ୍ତର୍ଗତ କଲେଇପୋଷ ପଞ୍ଚାୟତର କେନାପାଲି (ଲଡାମ) ଗ୍ରାମ ରେ ବେନିୟମ ଭାବେ ଚାଲିଥିବା ଏକ ବାଲିଘାଟ ମାମଲାରେ ଏନଜିଟି ରେ ଦରଖାସ୍ତ (No। 112/2021/EZ) ର ଆଧାରରେ ତା୦୮/୧୨/୨୦୨୧ରିଖ ରେ ହୋଇଥିବା ଶୁଣାଣି କୁ ଆଧାର କରି ଏନଜିଟି ଏକ ୫ ଜଣିଆ କମିଟି ସରଜମିନ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ରହିଥିଲା। ଉକ୍ତ ୫ ଜଣିଆ କମିଟିରେ ଏନଭାରମେଣ୍ଟ , ଫରେଷ୍ଟ ଏବଂ ପରିବେଶ ବିଭାଗର ଆଞ୍ଚଳିକ ଅଧିକାରୀ , ଭୂବନେଶ୍ବର ପ୍ରଦୂଷଣ ବିଭାଗର ଅଧିକାରୀ , ଭୂବନେଶ୍ବର ରାଉରକେଲା ପରିବେଶ ବିଭାଗ ଅଧିକାରୀ , ସୁନ୍ଦରଗଡ଼ ଜିଲ୍ଲାପାଳ ଓ କୋଇଡା ଖଣି ଅଧିକାରୀ ମାନଙ୍କୁ ନେଇ ୨୧ ଜାନୁଆରୀ ୨୦୨୨ ତାରିଖ ଦିନ ପ୍ରତିନିଧି ଦଳ କେନାପାଲି ବାଲିଘାଟ ରେ ପହଞ୍ଚି ତଦନ୍ତ କରି ବେଆଇନ ବାଲି ଉତ୍ତୋଳନର କ୍ଷୟ କ୍ଷତିର ସମୀକ୍ଷା କରି ରିପୋର୍ଟ ପ୍ରଦାନ କରି ଥିଲେ। ପରିବେଶର କ୍ଷୟକ୍ଷତି କୁ ଆକଳନ କରି ପରିବେଶ କ୍ଷତିପୂରଣ ପାଇଁ Rs.3,84,99,137/- ( ତିନି କୋଟି ଚୌରାଶି ଲକ୍ଷ ଅନେଶତ ହଜାର ଏକ ଶହ ସଇଁତିରିଶ ଟଙ୍କା) ଏବଂ Rs.13,07,192 / – (ତେର ଲକ୍ଷ ସାତ ହଜାର ଏକ ଶହ ବୟନବେ ଟଙ୍କା) ଯାହାକି ସମୁଦାୟ Rs.3,98,063,29/- (ତିନି କୋଟି ଅଠାନବେ ଲକ୍ଷ ଛ ହଜାର ତିନି ଶହ ଅଣତିରିଶ ଟଙ୍କା) ଟଙ୍କା ଲାଡାମ କେନାପାଲୀ ବାଲୁଘାଟର ଠିକା ସଂସ୍ଥା ଜୋରିମାନା ଦେବାକୁ ବୋଲି ସତ୍ୟପାଠରେ ଦର୍ଶାଯାଇଥିବା ଜଣାଯାଇଛି ।
ସତ୍ୟପାଠ କୁ ଆଧାର କରି ୨୯/୦୪/୨୦୨୨ ଦିନ ଅଦାଲତର ଜଷ୍ଟିସ ଅମିତ ଷ୍ଟାଲେକାର ଓ ଜଷ୍ଟିସ ସାଇବଲ୍ ଦାସଗୁପ୍ତା ବେଆଇନ ବାଲି ଖନନକୁ ଦୃଷ୍ଟିରେ ରଖି ଲାଡମ ଓ କେନାପାଲୀ ବାଲୁଘାଟର ଠିକା ସଂସ୍ଥା ଙ୍କୁ ସମୁଦାୟ Rs.3,98,063,29/- ଜରିମାନା କରାଯାଇଥିବା ଜଣାପଡିଛି ।