ରାଉରକେଲା ଇସ୍ପାତ ସହରରେ ଇଦ ପର୍ବ ପାଳନ ଅବସରରେ ବିଭିନ୍ନ ମସଜିଦ ରେ ନମାଜ ପାଠ କରାଯାଇଛି। ଏହି ଭାଇଚାରାର ପର୍ବରେ ନମାଜ଼ ପାଠ ପରେ ସମସ୍ତେ ପରସ୍ପର କୁ ଆଲିଙ୍ଗନ କରିବା ସହ ଇଦ ର ଶୁଭେଚ୍ଛା ଜଣାଇଥିଲେ।

ରାଇରକେଲା ମହତାବ ରୋଡ଼ ନିକଟରେ ଥିବା ଇଦଗା ମୈଦାନ ରେ ମଙ୍ଗଳବାର ସକାଳ ୮ଟା ରେ ନମାଜ଼ ପାଠ କରାଯାଇଥିଲା । ମୁସଲମାନ ଭାଇ ମାନେ ନମାଜ ପାଠ ପରେ ପରସ୍ପର ଲୁ ଶୁଭେଚ୍ଛା ଜଣାଇଥିଲେ। ଏହି ନମାଜ଼ ପାଠ ସମୟରେ ସବୁ ସମ୍ପ୍ରଦାୟର ଲୋକମାନେ ଉପସ୍ଥିତ ଥିଲେ। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ , ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର , ପୂର୍ବତନ ନଗରପାଳ କାଳନ୍ଦୀ ବଡ଼ଜେନା , ରମେଶ ବଳ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।