ସୁନ୍ଦରଗଡ ମୁରାରୀ ତନ୍ତି ହତ୍ୟାକାଣ୍ଡର ୪ ଅଭଯୁକ୍ତ ଗିରଫ।। ଜମି କାରବାର କୁ ନେଇ ହୋଇଥିଲା ହତ୍ୟାକାଣ୍ଡ।। ହତ୍ୟାରେ ବ୍ୟବହୃତ ପିସ୍ତଲ ଜବତ ।
ରାସ୍ତା ଉପରେ ଯୁବକଙ୍କୁ ଗୁଳି କରି ହତ୍ୟା ମାମଲାରେ ସୁନ୍ଦରଗଡ ଟାଉନ ଥାନା ପୋଲିସ ଦୁଇ ମୁଖ୍ୟ ଅଭିଯୁକ୍ତ ଙ୍କ ସମେତ ଚାରି ଜଣକୁ ଗିରଫ କରିଛି ।

ହତ୍ୟାରେ ବ୍ୟବହୃତ ପିସ୍ତଲକୁ ମଧ୍ୟ ପୋଲିସ ଜବତ କରିଛି। ପୂର୍ବ ପାରିବାରିକ ଶତ୍ରୁତା ରୁ ଏହି ହତ୍ୟାକାଣ୍ଡ ଘଟିଥିବା ଏସପି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତ ଏପ୍ରିଲ ୨୯ ତାରିଖ ସନ୍ଧ୍ୟା ପ୍ରାୟ ୯ ଟା ସମୟରେ ଘଟିଥିଲା ଏହି ହତ୍ୟାକାଣ୍ଡ। ଟାଉନ ଥାନା ମହାନ୍ତିଆପଡ଼ାର ମୁରାରୀ ତନ୍ତୀ ଙ୍କୁ ଦୁଇଜଣ ଯୁବକ ଗୁଳି କରି ହତ୍ୟା କରିଥିଲେ । ସରକାରୀ କଲେଜ ରୋଡ ର ପି ଏସ ଆର ସିନେମା ହଲ ନିକଟରେ ନିଜ କାର ରୁ ଓହ୍ଲାଇ ରାସ୍ତା ପାର ହେଲା ବେଳକୁ ସାମ୍ନା ପଟରୁ ଜଣେ ମୁଖାପିନ୍ଧି ଅସି ଗୁଳି ଚଳାଇଥିଲେ। ମୁରାରୀଙ୍କ ମୁଣ୍ଡ ରେ ଏବଂ ବେକରେ ଦୁଇ ରାଉଣ୍ଡ ଗୁଳି ବାଜିଥିଲା। ଗୁଳି ଚଳାଇବା ପରେ ଉଭୟ ଦୃବୃତ୍ତ ଘଟଣା ସ୍ଥଳରୁ ବାଇକ ରେ ଫେରାର ହୋଇଯାଇଥିଲେ । ପୋଲିସ ଅଭିଯକ୍ତଙ୍କୁ ଧରିବା ପାଇଁ ତିନୋଟି ଟିମ୍ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଦୁଇ ମୁଖ୍ୟ ଅଭିଯୁକ୍ତ ଙ୍କ ସମେତ ହତ୍ୟା ଯୋଜନା କରିଥିବା ଏବଂ ପିସ୍ତଲ ଦେଇଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା । ଅଭିଯୁକ୍ତ ମାନଙ୍କୁ ରାଉରକେଲା, ରାଜଗାଙ୍ଗପୁର ଏବଂ ଝାରସୁଗୁଡ଼ା ଅଞ୍ଚଳରୁ ଗିରଫ କରାଯାଇଥିବା ଏସପି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ମୃତକ ଏବଂ ଅଭିଯୁକ୍ତ ଙ୍କ ମଧ୍ୟରେ ଜମି କାରବାର କୁ ନେଇ ଦୁଇ ପରିବାର ମଧ୍ୟରେ ଦୀର୍ଘ ପନ୍ଦର ବର୍ଷରୁ ଶତ୍ରୁତା ଲାଗି ରହିଛି । ଉଭୟ ପରିବାର ମଧ୍ୟରେ ପୂର୍ବରୁ ମଧ୍ୟ ଅନେକ ଥର ମାଡପିଟ ହୋଇଛି । ଗିରଫ ଚାରି ଅଭିଯୁକ୍ତ ଙ୍କ ବିରୁଦ୍ଧ ରେ ପୂର୍ବରୁ ୭ଟି ମାମଲା ରୁଜ୍ଜୁ ହୋଇଥିବା ସୁନ୍ଦରଗଡ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି ।