ରାଉରକେଲା ର ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ପାଳନ।। ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ରେ ଭାଗନେଲେ ଶହଶହ ଶ୍ରଦ୍ଧାଳୁ ।
ରାଉରକେଲା ତଥା ଆଖପାଖ ଅଞ୍ଚଳରେ ଆଜି ହନୁମାନଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଛି। ରାଉରକେଲା ରେଳଷ୍ଟେସନ ପରିସରରେ ଥିବା ସଂକଟ ମୋଚନ ମନ୍ଦିର ପ୍ରାଙ୍ଗଣରେ ହନୁମାନ ଜୟନ୍ତୀ ଉତ୍ସବ ପାଳନ ଅବସରରେ ବହୁ ଭକ୍ତ ଯୋଗଦେଇଥିଲେ ।

ହନୁମାନ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଚାରି ଦିନ ହେଲା ବିଭିନ୍ନ କାର୍ଯ୍ୟକ୍ରମ ମାନ ହୋଇଆସୁଛି। ରାଉରକେଲା ତଥା ପଡୋଶୀ ରାଜ୍ୟ ଝାରଖଣ୍ଡର କଳାକାର ମାନେ ଉପସ୍ଥିତ ରହି ଭଜନ ପରିବେଷଣ କରିଥିଲେ । ଆଜି ସକାଳୁ ହନୁମାନଙ୍କ ଜନ୍ମ ଉତ୍ସବ ଉପଲକ୍ଷେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ସୁନ୍ଦରାକାଣ୍ଡ ପାଠ କରାଯାଇଥିଲା । ପୂଜାର୍ଚ୍ଚନା , ଭଜନ କୀର୍ତ୍ତନ ସହ ବାଡିଖେଳର ମଧ୍ୟ ଆୟୋଜନ କରାଯାଇଥିଲା। ସେହିପରି ହନୁମାନ ବାଟିକା , ବେଦବ୍ୟାସ , ପାନପୋଷ , ଏସ ଟି ଆଇ ଛକ ଆଦି ସ୍ଥାନରେ ମଧ୍ୟ ହନୁମାନ ଜୟନ୍ତୀ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜ
ନ କରାଯାଇଥିଲା ।