ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ର କୋକେରମା ପଞ୍ଚାୟତ ରେ ଗତ କିଛିଦିନ ହେଲା ହାତୀପଲ୍ଲ ପଶି ଘର ଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରିଦେଉଛନ୍ତି । ବନ ବିଭାଗକୁ ଖବର ଦେଲେ ମଧ୍ୟ ହାତୀ ଘଉଡାଇବାକୁ ବିଶେଷ ପଦକ୍ଷେପ ନନେଇ କେବଳ ବୁଲିଦେଇ ଚାଲିଯାଉଥିବା ଅଭିଯୋଗ ହେଉଛି । ଶୁକ୍ରବାର ରାତିରେ ଏହି ପଞ୍ଚାୟତ ର ବେନତା ଗ୍ରାମରେ ପାଞ୍ଚଟି ହାତୀ ପଶି ଘରଦ୍ୱାର ଭାଙ୍ଗିବା ସହ ବାଡି ବଗିଚା ନଷ୍ଟ କରିଦେଇଛନ୍ତି । ଧାନ ଫସଲ ସହ କଦଳୀ ବଗିଚା କୁ ଧ୍ୱସ୍ତ କରିଦେଇଥିବା କହିଛନ୍ତି ଗ୍ରାମବାସୀ । ଜଙ୍ଗଲୀ ହାତୀଙ୍କୁ ଜନ ବସତି ରୁ ଘଉଡ଼ାଇ ଘଞ୍ଚ ଜଙ୍ଗଲ ମଧ୍ୟକୁ ପଠାଇବାକୁ ବନ ବିଭାଗ ନିକଟରେ ଦାବି କରାଯାଇଛି ।