ରାଉରକେଲା ବେଦବ୍ୟାସ ଶୈବ୍ୟପୀଠ ରେ ଆଜିଠାରୁ ୧୪୪ ଧାରା ଲାଗୁ।। କୋଭିଡ କଟକଣା ମଧ୍ୟରେ ମହାଶିବରାତ୍ରି ପୂଜାର୍ଚ୍ଚନା କରାଯିବ।

0 574

ପ୍ରସିଦ୍ଧ ବେଦବ୍ୟାସ ଶୈବପୀଠ ରେ ଆଜିଠାରୁ ଲାଗୁ କରାଯାଇଛି ଧାରା ୧୪୪। ଏହି କଟକଣା ଆସନ୍ତା ୨ ମାର୍ଚ୍ଚ ପର୍ଯ୍ୟନ୍ତ ବଳବତ୍ତର ରହିବ। ଆସନ୍ତାକାଲି ମହା ଶିବରାତ୍ରୀ। ଏହି ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ସମ୍ଭାବନା ରହିଛି।

କୋଭିଡ ସଂକ୍ରମଣ ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ ମଧ୍ଯ କୋଭିଡ କଟକଣା ମଧ୍ଯରେ ମହାଶିବରାତ୍ରୀ ର ପୂଜନ ବିଦ୍ଧି ସଂପନ୍ନ କରାଯିବ । ମନ୍ଦିର ପରିସର ରେ ଆୟୋଜନ ହେଉଥିବା ପ୍ରସିଦ୍ଧ ବେଦବ୍ୟାସ ମେଳା, ପ୍ରଦର୍ଶନୀ ତଥା ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ଯ ନିଷେଧାଜ୍ଞା ଜାରି କରାଯାଇଛି। ଏଥିପାଇଁ ଜନସାଧାରଣଙ୍କୁ ସହଯୋଗ କରିବା ଲାଗି ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି। ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷରୁ ଏସଂପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି। କୋଭିଡ କଟକଣା ମଧ୍ଯରେ କେବଳ ୧୧ ପୂଜକମାନଙ୍କୁ ନେଇ ପୂଜାବିଧି କରାଯିବ। ବେଦବ୍ୟାସ ଟ୍ରଷ୍ଟ ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପୂଜା ପୂର୍ବରୁ ମନ୍ଦିର ପରିସର ପରିସ୍କାର ପରିଛନ୍ନ କରିବା, ମନ୍ଦିର ରଙ୍ଗ କରିବା ସହିତ ଆବଶ୍ଯକୀୟ ସାମଗ୍ରୀ ଯୋଗାଇ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ୨୮ତାରିଖ ସକାଳ ୬ ଘଟିକାରୁ ମନ୍ଦିର ପରିସର ବା ମେଲଣ ପଡିଆର ୫୦୦ ମିଟର ମଧ୍ଯ ରେ ୧୪୪ ଧାରା ଲାଗୁ କରା ଯାଇଛି। ଏହା ୨ ମାର୍ଚ ସଂଧ୍ଯା ୬ ଘଟିକା ପର୍ଯ୍ୟନ୍ତ ବଳବତ୍ତର ରହିବ। ଜନ ସମାଗମ କୁ ଏଡାଇବା ତଥା ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହାଛଡା ପୂର୍ତ୍ତ ବିଭାଗ ପକ୍ଷରୁ ମନ୍ଦିର ଚତ୍ତୁପାର୍ଶ୍ବ ରେ ବ୍ୟାରିକେଡିଙ୍ଗ କରାଯାଇଛି। ଆରଜିଏଚ କୁ ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ କୁ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନିର୍ଦ୍ଦେଶ ଦେଇଛନ୍ତି

3

Leave A Reply

Your email address will not be published.