ରାଜଗାଙ୍ଗପୁର ରେ ସ୍ୱାମୀର ଠେଙ୍ଗା ମାଡରେ ସ୍ତ୍ରୀ ର ମୃତ୍ୟୁ ଅଭିଯୋଗ।। ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପୋଲିସ୍ ର ତଦନ୍ତ ଆରମ୍ଭ ।
ସ୍ୱାମୀର ଠେଙ୍ଗା ମାଡରେ ସ୍ତ୍ରୀ ର ମୃତ୍ୟୁ। ଏପରି ଅଭିଯୋଗ ହୋଇଛି ରାଜଗାଙ୍ଗପୁର ଥାନା ଅଞ୍ଚଳର ୭ ନମ୍ବର ୱାର୍ଡ ର କୁଣ୍ଡୁକେଲା ରେ। ରବିବାର ରାତିରେ ଖାଇସାରି ଶୋଇବା ପରେ ସ୍ବାମୀ ଦୀପକ ଙ୍କ ତାଙ୍କ ସ୍ତ୍ରୀଙ୍କ ସଂଗେ କୌଣସି କାରଣରୁ ଝଗଡା ହୋଇଥିଲା।

ଏଥିରେ ଉତ୍ୟକ୍ତ ହୋଇ ଦୀପକ ତାଙ୍କ ସ୍ତ୍ରୀ ସୁନିତାଙ୍କୁ ଏକ ଠେଙ୍ଗା ରେ ପିଟିଥିଲା। ଫଳରେ ଘଟଣା ସ୍ଥଳରେ ସୁନିତାଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ସୁନିତା ଙ୍କ ପରିବାର ଲୋକ ସେଠାରେ ପହଞ୍ଚି ଏ ବାବଦରେ ରାଜଗାଙ୍ଗପୁର ଥାନାକୁ ଖବର ଦେଇଥିଲେ। ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ରାଜଗାଙ୍ଗପୁର ପୋଲିସ ସୁନିତାଙ୍କ ଅଭିଯୋଗ ଆଧାରରେ ଦୀପକ କୁ ଅଟକ ରଖି ପଚରା ଉଚୁରା କରୁଛନ୍ତି। ମୃତକ ସୁନିତା ଏବଂ ଦୀପକଙ୍କ ୩ ବର୍ଷ , ୨ ବର୍ଷ ଏବଂ ୪ ମାସର ଶିଶୁପୁତ୍ର ଏବେ ବେସାହାରା ହୋଇଯାଇଛନ୍ତି।