ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ସୁନ୍ଦରଗଡରେ ବିଜେଡି ର ବିଜୟ ଯାତ୍ରା ଅବ୍ୟାହତ।। ୩୫ ଆସନ ମଧ୍ୟରୁ ବିଜେଡି ୩୨ , ବିଜେପି ୧ ଏବଂ ସିପିଏମ ୧ ଆସନରେ ଆଗୁଆ

0 562

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସୁନ୍ଦରଗଡ ଜିଲ୍ଲାରେ ବିଜୁ ଜନତା ଦଳ ଆଶାତୀତ ସଫଳତା ହାସଲ କରିବାକୁ ଯାଉଛି । ଜିଲ୍ଲାର ୩୫ ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଗତକାଲି ୧୭ ଟି ଆସନରେ ଭୋଟ ଗଣତି ହୋଇଥିବା ବେଳେ ବିଜେଡି ୧୬ ଟି ଆସନ ହାସଲ କରିଥିଲା। କେବଳ କୋଇଡା ଆସନ ସିପିଏମ ହାତକୁ ଯାଇଥିଲା।

ପ୍ରଥମ ଦିନ ଭୋଟ ଗଣତିରେ ବିଜେପି ର ଆସନ ସଂଖ୍ୟା ଶୁନ ଥିଲା। ଦୂତୀୟ ଦିନ ଭୋଟ ଗଣତିରେ ୧୭ ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ୧୬ ଟି ଆସନରେ ଆଗୁଆ ଥିବା ବେଳେ ବିଜେପି କେବଳ ଗୋଟିଏ ଆସନରେ ଆଗୁଆ ଅଛି । ସମୁଦାୟ ଭୋଟ ଗଣତିର ୩୪ ଟି ଆସନ ମଧ୍ୟରୁ ବିଜୁ ଜନତା ଦଳ ୩୨ ଟି ଆସନ ହାସଲ କରିଥିବା ବେଳେ ବିଜେପି ଏବଂ ସିପିଏମ ଗୋଟିଏ ଲେଖାଏଁ ଆସନ ହାସଲ କରୁଥିବା ଦେଖା ଯାଉଛି। ଆସନ୍ତାକାଲି ଲାଠିକଟା ଜିଲ୍ଲା ପରିଷଦ ଆସନର ଭୋଟ ଗଣତି ହେବ । ପଞ୍ଚାୟତ ନିର୍ବାଚନର ସଫଳତାରେ ବିଜେଡି କ୍ୟାମ୍ପରେ ଉତ୍ସାହ ଦେଖାଦେଇଥିବା ବେଳେ ବିରୋଧୀ ବିଜେପି ଏବଂ କଂଗ୍ରେସ କ୍ୟାମ୍ପ ରେ ନୈରାଶ୍ୟ ଖେଳି ଯାଇଛି।

Leave A Reply

Your email address will not be published.