ରୋମାନିଆ ସୀମାରେ ଅଟକି ରହିଛନ୍ତି ଓଡ଼ିଶାର ୨ ଶହ ଛାତ୍ରଛାତ୍ରୀ।। ଦେଶକୁ ଶୀଘ୍ର ଫେରାଇ ଆଣିବାକୁ ଭାରତ ସରକାରଙ୍କୁ ଅଭିଭାବକଙ୍କ ନିବେଦନ।

0 434

ରୁଷ ଏବଂ ଇଉକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସ୍ଥିତିରେ ଆଶଙ୍କା ମଧ୍ୟରେ ରହିଛନ୍ତି ସେଠାରେ ରହୁଥିବା ଭରତୀୟ ମାନେ। ବିଶେଷ କରି ଇଉକ୍ରେନ କୁ ମେଡ଼ିକାଲ ପାଠ ପଢିବାକୁ ଯାଇଥିବା ଛାତ୍ରଛାତ୍ରୀ ମାନେ ଘୋର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

ଭାରତ ସରକାର ରୋମାନିଆ ରୁ ସେମାନଙ୍କୁ ଦେଶକୁ ଆଣିବାକୁ ଉଦ୍ୟମ କରୁଛନ୍ତି। ଆଜି ଇଉକ୍ରେନ ର ବିଭିନ୍ନ ପ୍ରାନ୍ତରୁ ଓଡ଼ିଶାର ପ୍ରାୟ ଦୁଇ ଶହ ଛାତ୍ରଛାତ୍ରୀ ପହଞ୍ଚିଛନ୍ତି ରୋମାନିଆ ସୀମାରେ। ମାତ୍ର ଏବେ ସେମାନଙ୍କୁ ରୋମାନିଆ ର ଏଆରବେସ କୁ ଛଡ଼ା ଯାଉନାହିଁ। ଓଡ଼ିଶାର ଦୁଇଶହ ଛାତ୍ରଛାତ୍ରୀଙ୍କ ସହ ଦେଶର ପ୍ରାୟ ତିନି ହଜାର ଛାତ୍ରଛାତ୍ରୀ ସେଠାରେ ପ୍ରବଳ ଥଣ୍ଡାରେ ଅଟକି ରହିଛନ୍ତି। ରୋମାନିଆ ସୀମାରେ ଅଟକି ରହିଥିବା ଛାତ୍ରଛାତ୍ରୀ ଙ୍କୁ ଶୀଘ୍ର ଦେଶକୁ ଫେରାଇ ଆଣିବାକୁ ଭାରତ ସରକାରଙ୍କୁ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ନିବେଦନ କରିଛନ୍ତି ।

Leave A Reply

Your email address will not be published.