ରାଉରକେଲା ବିଗ୍ ବଜ଼ାର ଷ୍ଟୋର ରେ ତାଲା।। ଆଶଙ୍କାରେ କର୍ମଚାରୀ ଏବଂ ସ୍ଥାନୀୟ ବ୍ୟବସାୟୀ।

0 934

ରାଉରକେଲା ମୁଖ୍ୟ ମାର୍ଗରେ ଥିବା ବିଗ୍ ବଜ଼ାର ଷ୍ଟୋର ରେ ତାଲା ପଡିଯାଇଛି। ଶୁକ୍ରବାର ସନ୍ଧ୍ୟାରୁ ଏହି ଷ୍ଟୋରରେ ତାଲା ପକାଇ ଦିଆଯାଇଥିବା ବେଳେ ଏହାର କୌଣସି ସଠିକ କାରଣ ଜଣା ପଡ଼ିନାହିଁ

। ତେବେ ଫିଉଚର ଗ୍ରୁପ ପରିଚାଳିତ ଏହି ବିଗ୍ ବଜ଼ାର ସଂସ୍ଥାକୁ କମ୍ପାନୀ ବର୍ଷକ ଆଗରୁ ରିଲାଏନ୍ସ ଗ୍ରୁପ କୁ ବିକ୍ରି କରିଦେଇଥିଲେ। କିନ୍ତୁ ଅନ୍ୟ ଏକ ମଲ୍ଟି ନେସନଲ କମ୍ପାନୀର ଷ୍ଟେକ ଏହି କମ୍ପାନୀରେ ଲାଗିଥିବାରୁ ଆଇନ ଗତ ମାମଲା ରହିଥିଲା। ତେବେ ରାଉରକେଲା ବିଗ୍ ବଜ଼ାର ରେ ହଠାତ ତାଲା ପଡିଯିବାରୁ ବିଭିନ୍ନ ପ୍ରକାରର ଆକଳନ କରାଯାଉଛି। ଏହି ଷ୍ଟୋର ର କର୍ମଚାରୀ ମାନେ ଆଶଙ୍କା ରେ ଥିବା ବେଳେ ସହରର କିଛି ବ୍ୟବସାୟୀ ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ରାଉରକେଲା ତଥା ଆଖପାଖ ଟାଉନ ର ବହୁ ବ୍ୟବସାୟୀ ବିଗ୍ ବଜ଼ାର ର କାର୍ଡ କରି ସେଠାରୁ ରିହାତି ମୂଲ୍ୟରେ ସାମଗ୍ରୀ ନେଇ ନିଜନିଜ ଦୋକାନରେ ବିକ୍ରି କରିଥାନ୍ତି। ଏଥିଲାଗି କାର୍ଡ ରେ ଲକ୍ଷ ଲକ୍ଷ ଟଙ୍କା ଇନଭେଷ୍ଟମେଣ୍ଟ କରିଥାନ୍ତି। ଏବେ କୌଣସି ପୂର୍ବ ସୂଚନା ନଥାଇ ଷ୍ଟୋର ବନ୍ଦ କରି ଦିଆ ଯାଇଥିବାରୁ ଏହି ବ୍ୟବସାୟୀ ମାନଙ୍କ ଚିନ୍ତା ବଢିଯାଇଛି। ତେବେ ବିଗ୍ ବଜ଼ାର ଷ୍ଟୋର ରେ ତାଲା ପଡିବା ବାବଦରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ ।

Leave A Reply

Your email address will not be published.