ସୁନ୍ଦରଗଡ଼ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପୋଲିଙ୍ଗ ଲାଗି ପ୍ରସ୍ତୁତି ଶେଷ।। ଅତି ସଂବେଦିନଶୀଳ ବୁଥ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା।

0 555

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାର ଲହୁଣୀପଡ଼ା ବ୍ଲକ ସମେତ ବିଭିନ୍ନ ବ୍ଲକରେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟ ଗ୍ରହଣ ହେବ। ଭୋଟ ଗ୍ରହଣ ଲାଗି ବ୍ଲକ କାର୍ଯ୍ୟାଳୟରୁ ପ୍ରିଜାଇଡିଂ ଅଧିକାରୀ , ସେକ୍ଟର ଅଫିସର , ପୋଲିଙ୍ଗ ଅଧିକାରୀ ବାଲଟ ବକ୍ସ , ବାଲଟ ପେପର ସହ ନିଜ ନିଜ ବୁଥ ରେ ପହଞ୍ଚି ଯାଇଛନ୍ତି। ଜିଲ୍ଲାରେ ଥିବା ସମସ୍ତ ସମ୍ବେଦନଶୀଳ ଏବଂ ଅତି ସମ୍ବଦନଶୀଳ ବୁଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ଲହୁଣୀପଡା ବ୍ଲକରେ ହେବାକୁ ଥିବା ଏହି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୧୭ ଟି ପଞ୍ଚାୟତ ରେ ୨୨୯ ଟି ବୁଥ ରେ ମତତଦାନ ହେବ। ୨ ଟି ଜିଲ୍ଲା ପରିଷଦ ଆସନ, ୧୭ଟି ସରପଞ୍ଚ ଆସନ ଲାଗି ୬୮ହଜାର ରୁ ଉର୍ଦ୍ଧ୍ବ ଭୋଟର ସେମାନଙ୍କ ମତଦାନ କରିବେ।

Leave A Reply

Your email address will not be published.