ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ର ସମୀକ୍ଷା କଲେ ସୁନ୍ଦରଗଡ଼ ଜିଲ୍ଲାପାଳ।। ରାଉରକେଲା ରେ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ଆଲୋଚନା କଲେ ।
ସୁନ୍ଦରଗଡ଼ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ରାଉରକେଲା ଗସ୍ତରେ ଆସି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି।

ନିର୍ବାଚନକୁ କିପରି ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରାଯିବ ସେନେଇ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ସେ ଆଲୋଚନା କରିଛନ୍ତି। ୫ଟି ପର୍ଯ୍ୟାୟରେ ମତଦାନ ପାଇଁ ଜିଲ୍ଲାରେ ମୋଟ ୩,୬୨୩ଟି ବୁଥ୍ କରାଯାଇଛି। ଭୋଟ ବାକ୍ସ, ବାଲାଟ ପେପର ଓ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ବିଭିନ୍ନ ବ୍ଲକର ଷ୍ଟ୍ରଙ୍ଗ ରୁମଗୁଡ଼ିକରେ ରଖାଯାଇଛି। ସୀମାନ୍ତବର୍ତ୍ତି ଅଞ୍ଚଳ ଏବଂ ଅତି ସମ୍ବେଦନଶୀଳ ବୁଥଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଉଥିବା ଜିଲ୍ଲାପାଳ କହିଛନ୍ତି। ଭୋଟ ଗ୍ରହଣ ଏବଂ ଭୋଟ ଗଣତି ରେ ଦୁଇ ଲେଆର ବିଶିଷ୍ଟ ପୋଲିସ ବ୍ୟବସ୍ଥା କରାଯାଇଛି। ଏହାଛଡା ଭୋଟ ଗ୍ରହଣ କେନ୍ଦ୍ରରୁ ଭୋଟ ଗଣତି କେନ୍ଦ୍ର ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ବାକ୍ସ ନିଆଯିବ ବୋଲି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି ।