ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଏଡିଏମ ଙ୍କ ଘରେ ଭିଜିଲାନ୍ସ ରେଡ଼ । ସମୁଦାୟ ୭ ଟି ସ୍ଥାନରେ ଚଢ଼ାଉ।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଙ୍କ ଘର ସହ ୭ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି

। ଆଜି ସକାଳୁ ଭିଜିଲାନ୍ସ ର ଅଧିକାରୀ ମାନେ ଏଡିଏମ ବିଶ୍ୱଜିତ ମହାପାତ୍ରଙ୍କ ସୁନ୍ଦରଗଡ଼ ସରକାରୀ କ୍ୱାର୍ଟର , ଅଫିସ , ରାଜଗାଙ୍ଗପୁର ରେ ସମ୍ପର୍କୀୟ ଙ୍କ କ୍ୱାର୍ଟର , ଜଗତସିଂହପୁର ରେ ପୈତୃକ ଘର ସହ ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର , ଭୁବନେଶ୍ୱର ର ଦୁଇଟି ସ୍ଥାନରେ ଚଢ଼ାଉ କରିଛନ୍ତି । ୮ ଜଣ ଡ଼ିଏସପି , ୨ ଇନିସ୍ପେକ୍ଟର , ୫ ଏଏସଆଇ ଏହି ରେଡ଼ ରେ ସାମିଲ ଅଛନ୍ତି । ଏଡିଏମ ସୁନ୍ଦରଗଡରେ ନଥିବାରୁ ତାଙ୍କ ସରକାରୀ ବସଭବନ କୁ ସିଲ କରାଯାଇଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ଯାଞ୍ଚ ଜାରି ରହିଛି ।