ସୁନ୍ଦରଗଡରେ ଗତ ପଞ୍ଚାୟତ ନିର୍ବାଚନ ଅପେକ୍ଷା ଏଥର ଆହୁରି ଭଲ ପ୍ରଦର୍ଶନ କରିବ ବିଜେପି।। କହିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

0 467

ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଏବଂ ତାଙ୍କ କାର୍ଯ୍ୟଶୈଳୀ କୁ ପ୍ରସଂଶା କରିଥିବା ବେଳେ ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଅର୍ଥ କୁ ରାଜ୍ୟ ସରକାର ଠିକ ଭାବେ ବିନିଯୋଗ କରୁନଥିବା ଅଭିଯୋଗ କରିଛି ବିଜେପି।

ଏବେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଚାର ଜୋରସୋରରେ ଚାଲିଛି। ଏହି କ୍ରମରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ବୁଧବାର ଦିନ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବ୍ଲକ ରେ ନିର୍ବାଚନ ପ୍ରଚାର କରିଥିଲେ। ଜିଲ୍ଲାର ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ବିଶ୍ରା , ନୂଆଗାଁ , କୁଆରମୁଣ୍ଡା ବ୍ଲକ ରେ ପଦଯାତ୍ରା ସହ ନିର୍ବାଚନ ପ୍ରଚାର କରି ବିଜେପି ପ୍ରାର୍ଥୀ ଙ୍କ ସପକ୍ଷରେ ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରିଥିଲେ। କେନ୍ଦ୍ର ସରକାର ପଠାଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଶୌଚାଳୟ ଯୋଜନାକୁ ରାଜ୍ୟ ସରକାର ଠିକ ଭାବେ କାର୍ଯ୍ୟକାରୀ କରୁନଥିବା ଅଭିଯୋଗ କରିଛନ୍ତି ବିଜେପି ସଭାପତି । ସୁନ୍ଦରଗଡ଼ ଜିଲ୍ଲାରେ ଗତ ପଞ୍ଚାୟତ ନିର୍ବାଚନ ଅପେକ୍ଷା ଏଥର ବିଜେପି ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ରାଉରକେଲା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

Leave A Reply

Your email address will not be published.