ଗୋଟିଏ ବ୍ୟବସାୟ ଲାଗି ଗୋଟିଏ ଲାଇସେସନ୍ସ ପଲିସି ଦାବି କଲା କନଫେଡରେସନ ଅଫ ଅଲ ଇଣ୍ଡିଆ ଟ୍ରେଡ଼ର୍।

0 463

ଦେଶରେ ବ୍ୟବସାୟୀ ମାନଙ୍କ ଲାଗି ଲାଗୁ କାରାଯାଇଥିବା ବିବିଧ ଲାଇସେନ୍ସ ପ୍ରକ୍ରିୟା ଯୋଗୁଁ ବହୁ ଅସୁବିଧା ହେଉଛି। ଗୋଟିଏ ବ୍ୟବସାୟ ଲାଗି ଗୋଟିଏ ଲାଇସେନ୍ସ ପଲିସି କରିବାକୁ କନଫେଡରେସନ ଅଫ ଅଲ ଇଣ୍ଡିଆ ଟ୍ରେଡ଼ର୍ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି

। ରାଉରକେଲା ବ୍ରାହ୍ମଣୀ କ୍ଲବ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦାବିକୁ ଉପସ୍ଥାପନ କରିଛନ୍ତି ଫେଡରେସନ ର ଅଲ ଇଣ୍ଡିଆ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲା। ଏହା ସହ ଜିଏସଟି ଏବଂ ଇ କମର୍ସ ଯୋଗୁଁ ଉପୁଜୁଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବାକୁ ଦିଲ୍ଲୀ ରେ ଆସନ୍ତା ୨୩ ଏବଂ ୨୪ ତାରିଖରେ ଦେଶର ବିଭିନ୍ନ ପ୍ରାନ୍ତର ବ୍ୟବସାୟୀ ମାନଙ୍କର ଏକ ସମ୍ମିଳନୀ ହେବ ବୋଲି ଖଣ୍ଡେଲୱାଲା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଫେଡରେସନ ରେ କର୍ମକର୍ତ୍ତା ସୁବ୍ରତ ପଟ୍ଟନାୟକ , ବ୍ରିଜମୋହନ ଅଗ୍ରୱାଲ ପ୍ରମଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.