ବିଭିନ୍ନ ଦାବି ନେଇ ରାଉରକେଲା ଡେଭଲପମେଣ୍ଟ ଷ୍ଟିଅରିଂ କମିଟିର ଦକ୍ଷିଣପୂର୍ବ ରେଳବାଇ ମହାପ୍ରବନ୍ଧକ ଙ୍କୁ ସାକ୍ଷାତ।

0 608

ଦକ୍ଷିଣପୂର୍ବ ରେଳବାଇର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କ ଗସ୍ତ ଅବସରରେ ରାଉରକେଲା ଡେଭଲପମେଣ୍ଟ ଷ୍ଟିଅରିଂ କମିଟି ପକ୍ଷରୁ କେତେକ ଦାବି ଉପସ୍ଥାପନ କରାଯାଇଥିଲା।

କମିଟି ର ଚେୟାରମ୍ୟାନ ସୁବ୍ରତ ପଟ୍ଟନାୟକ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ରେଳବାଇ ମହାପ୍ରବନ୍ଧକଙ୍କୁ ବନ୍ଧମୁଣ୍ଡା ରେ ସାକ୍ଷାତ କରି ସ୍ୱାଗତ କରିଥିଲେ। ରାଉରକେଲା କୁ ଏକ ସ୍ୱତନ୍ତ୍ର ରେଳ ଡିଭିଜନ ଘୋଷଣା , ଭୁବନେଶ୍ୱର -ରାଉରକେଲା ଦୂତୀୟ ଇଣ୍ଟରସିଟି ଟ୍ରେନ ଚାଲୁ , ଦିଲ୍ଲୀ-ରାଞ୍ଚି ଗରିବ ରଥ ଏବଂ ଗୋରଖପୁର-ହଟିଆ ମୌର୍ଯ୍ୟ ଏକ୍ସପ୍ରେସକୁ ରାଉରକେଲା ପର୍ଯ୍ୟନ୍ତ ଚାଲୁ କରିବା , ବିମଳାଗଡ଼ -ତାଳଚେର ରେଳପଥ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା , ରାଉରକେଲା ଦେଇ ବନ୍ଦେ ଭାରତ ଟ୍ରେନ ଚଳାଇବା ଆଦି ଦାବି କରାଯାଇଥିଲା। ଏହାଛଡା ରାଉରକେଲା ଷ୍ଟେସନ ର କେତେକ ଉନ୍ନତି କରଣ ଦାବି ମଧ୍ୟ କରାଯାଇଥିଲା।

Leave A Reply

Your email address will not be published.