ବିଶ୍ରା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଶିକ୍ଷଣ କାର୍ଯ୍ୟକ୍ରମ।। ପ୍ରିଜାଇଡିଂ ଏବଂ ପୋଲିଂ ଅଧିକାରୀଙ୍କୁ ପ୍ରଶିକ୍ଷଣ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ରାଜନୈତିକ ଦଳ ସହ ପ୍ରାର୍ଥୀ ମାନେ ପ୍ରଚାର କାମ ଆରମ୍ଭ କରିଦେଇଥିବା ବେଳେ ସରକାରୀ ସ୍ତରରେ ମଧ୍ୟ ପ୍ରସ୍ତୁତି ଚାଲିଛି

। ନିର୍ବାଚନ ଯେପରି ସୁରୁଖୁରୁ ରେ ହୋଇପାରିବ ସେଥିଲାଗି ଜିଲ୍ଲା ପ୍ରଶାସନ ଏବଂ ନିର୍ବାଚନ ଦାଇତ୍ୱ ରେ ଥିବା ଅଧିକାରୀ ମାନେ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ପାନପୋଷ ଉପଖଣ୍ଡର ବିଶ୍ରା ବ୍ଲକରେ ପ୍ରିଜାଇଡିଂ ଅଫିସର ଏବଂ ପୋଲିଙ୍ଗ ଅଫିସର ମାନଙ୍କ ଲାଗି ଶନିବାର ଦିନ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ଆୟୋଜନ କରା ଯାଇଥିଲା। ଏହା ସହ ନିର୍ବାଚନ ପରିଚାଳନା ସମୟରେ କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବାକୁ ନିର୍ବାଚନ ରେ ନିୟୋଜିତ କର୍ମଚାରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଯେଉଁମାନେ ନିର୍ବାଚନ ପରିଚାଳନା କାମରେ ନିୟୋଜିତ ହେବେ ସମସ୍ତଙ୍କୁ ବୁଷ୍ଟର ଡୋଜ ଦିଆଯିବାର ବ୍ୟବସ୍ଥା କରାଯାଇଛି। ମୁକ୍ତ ଏବଂ ଅବାଧ ନିର୍ବାଚନ ପରିଚାଳନା ଲାଗି ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ବିଶ୍ରା ବିଡ଼ିଓ ଜନ୍ମେଜୟ ବେହେରା କହିଛନ୍ତି।