ଫେବୃଆରୀ ୭ ତାରିଖରୁ ରାଜ୍ୟର ସ୍କୁଲ , କଲେଜ , ଇଉନିଭରସିଟି ଖୋଲିବ।। ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ।

0 653

ଆସନ୍ତା ୭ ଫେବ୍ରୁଆରୀ ରୁ ରାଜ୍ୟର ସମସ୍ତ ସ୍କୁଲ , କଲେଜ , ହଷ୍ଟେଲ ଇଉନିଭରସିଟି , ଆଦି ଖୋଲିବ। ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ସାତ ତାରିଖରୁ ୮ମ ଶ୍ରେଣୀରୁ ରୁ ୧୨ ପର୍ଯ୍ୟନ୍ତ ସ୍କୁଲ ର ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ୧୪ ତାରିଖରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ଖୋଲାଯିବ। କିନ୍ତୁ ୭ ତାରିଖରୁ କଲେଜ , ସ୍କୁଲ ସହ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲିବ। କୋଭିଡ ସତର୍କତା ଏବଂ କଟକଣା ମଧ୍ୟରେ କ୍ଲାସ ହେବ। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷାକରିବା , ସାନିଟାଇଜ଼ର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି

Leave A Reply

Your email address will not be published.