ପିକ-ଅପ ଭ୍ୟାନ ସହ ଚୋରି ହୋଇଥିବା ୪ ଲକ୍ଷ ଟଙ୍କାର ଗରମ ପୋଷାକ ଉଦ୍ଧାର କଲେ ଲହୁଣୀପଡା ପୋଲିସ।। ଦୁଇ ଅଭିଯୁକ୍ତ ଗିରଫ , ଜଣେ ଫେରାର।
ଲହୁଣୀପଡା ରୁ ଗତ ୨୧ ତାରିଖରେ ଚୋରି ହୋଇଥିବା ୪ ଲକ୍ଷ ଟଙ୍କାର ଗରମ ପୋଷାକ କୁ ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଛି। କପଡା ସହ ଚୋରି ହୋଇଥିବା ପିକ-ଅପ ଭ୍ୟାନ କୁ ମଧ୍ୟ ପୋଲିସ ଉଦ୍ଧାର କରିଛି

। ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ଫେରାର ହୋଇ ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଲହୁଣୀପଡା ଥାନା ଅନ୍ତର୍ଗତ ଷ୍ଟେଟବ୍ୟାଙ୍କ ନିକଟରୁ ଗତ ଜାନୁଆରୀ ୨୧ ତାରିଖ ଦିନ ମୁକେଶ ଶାହ ନାମକ ଜଣେ ବ୍ୟବସାୟୀଙ୍କ ଘର ସମ୍ମୁଖରୁ ତାଙ୍କ ପିକ-ଅପ ଭ୍ୟାନ ସହ ୪ ଲକ୍ଷ ଟଙ୍କାର ଗରମ ପୋଷାକ ଚୋରି ହୋଇଯାଇଥିଲା। ଏହି ଚୋରି ହୋଇଥିବା ସାମଗ୍ରୀ ସୁନ୍ଦରଗଡ ଜିଲ୍ଲାର ହାତୀବାରି ଥାନା ଅଞ୍ଚଳରେ ଥିବା ପୋଲିସ ତଦନ୍ତ କାଳରେ ଜାଣିବାକୁ ପାଇଲେ। ଲହୁଣୀପଡା ପୋଲିସ ଉକ୍ତ ଅଞ୍ଚଳ ରେ ଚଢ଼ାଉ କରି ଭ୍ୟାନ ସହ ସମସ୍ତ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର କରିଥିଲେ। ଧରାପଡିଥିବା ଅଭୁଯୁକ୍ତ ଦ୍ବୟ ଙ୍କୁ ଗୁରୁବାର ଦିନ କୋର୍ଟ ଚାଲାଣ କରାଯାଇଛି।