ବିଦେଶାଗତ ପକ୍ଷୀଙ୍କୁ ସୁରକ୍ଷା ଦେବାଲାଗି ରାଉରକେଲା ବନବିଭାଗ ର ସଚେତନତା କାର୍ଯ୍ୟକ୍ରମ।

0 554

ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପ୍ରତିବର୍ଷ ବିଦେଶରୁ ପକ୍ଷୀ ମାନେ ଆସିଥାନ୍ତି। ପ୍ରାୟ ଶୀତ ଦିନେ ଏହି ପକ୍ଷୀମାନେ ଜଙ୍ଗଲ ଏବଂ ବିଭିନ୍ନ ଜଳାଶୟ ନିକଟରେ ଦେଖା ଯାଇଥାନ୍ତି।

ଏହି ବିଦେଶାଗତ ପକ୍ଷୀ ମାନଙ୍କୁ ସୁରକ୍ଷା ଦେବାକୁ ବନବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥାଏ । ସୁନ୍ଦର ଗଡ଼ ଜିଲ୍ଲା ରାଉରକେଲା ଡିଭିଜନ ବାଙ୍କୀ ଫରେଷ୍ଟ ରେଞ୍ଜ ର କଲେଇପୋଷ ନିକଟରେ ଥିବା କଟା ଗ୍ରାମ ନିକଟ ଜଙ୍ଗଲକୁ କୁ ପ୍ରତି ବର୍ଷ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ ଆସନ୍ତି। ପକ୍ଷୀ ମାନଙ୍କୁ ଦେଖିବାକୁ ଏହି ଅଞ୍ଚଳ ରେ ଭିଡ଼ ଲାଗିରହିଥାଏ। ଏମାନଙ୍କୁ ସୁରକ୍ଷା ଦେବା ଲାଗି ବନବିଭାଗ ସମସ୍ତ ପ୍ରକାର ଉଦ୍ୟମ କରିଥାଏ। ଶିକାରୀ ଙ୍କ ନଜରରୁ ଏହି ବିଦେଶାଗତ ପକ୍ଷୀ ମାନଙ୍କୁ କିପରି ରକ୍ଷା କରା ଯାଇପାରିବ ସେଥିଲାଗି ସ୍ଥାନୀୟ ଲୋକଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ବନବିଭାଗ ପକ୍ଷରୁ କରାଯାଇଥିଲା। ପକ୍ଷୀ ମାନଙ୍କୁ ଯେପରି ସୁରକ୍ଷା ଦିଆଯାଇ ପାରିବ ସେଥିଲାଗି ଗ୍ରାମବାସୀଙ୍କୁ ସହଯୋଗର ହାତ ବଢ଼ାଇବା ଲାଗି ବନବିଭାଗ ପକ୍ଷରୁ ନିବେଦନ କରାଯାଇଥିଲା। ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମ ରେ ରାଉରକେଲା ଡିଏଫଓ ଜସକେତନ ସେଠି, ଏସିଏଫ ସଲେଭେନ୍ଦ୍ର ସିଂ ବାଙ୍କୀ ରେଞ୍ଜ ଅଫିସର ଅଜୟ ଖେସ ଙ୍କ ସମତେ ଅନ୍ୟ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.