ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଷ୍ଟେଟବ୍ୟାଙ୍କ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନର ଆସବେଷ୍ଟସ ଭଙ୍ଗାଯାଇ ମଦ ଚୋରି ହୋଇଛି।

ବିଳମ୍ବିତ ରାତିରେ ଚୋରି ହୋଇଥିବା ସୂଚନା ମିଳିଛି। କେତେ ପରିମାଣର ମଦ ଚୋରି ହୋଇଛି ତାର ହିସାବ ଚାଲିଛି। କ୍ୟାଶ ବକ୍ସରୁ ଟଙ୍କା ମଧ୍ୟ ଦୃବୃତ୍ତ ନେଇଯାଇଛି। କୁତ୍ରା ପୋଲିସ ଚୋରି ମାମଲାର ତଦନ୍ତ କରୁଛି। ପ୍ରାୟ ଏକ ଘଣ୍ଟା ଧରି ଚାଲି ଥିବା ଏହି ଚୋରି ସିସିଟିଭି ରେ ରେକର୍ଡ ହୋଇଛି। ଚୋର କଳାରଙ୍ଗ ର ଜେକେଟ ପିନ୍ଧିଥିଲା ଏବଂ ମୁଖା ପିନ୍ଧି ଥିବା ରୁ ଚେହରା ଜଣା ପଡୁ ନାହିଁ।
