ସୁନ୍ଦରଗଡ ଜିଲ୍ଲା ତଲସରା ଅଞ୍ଚଳ ରୁ ବିରଳ ଗରୁଡ଼ ପକ୍ଷୀ ଉଦ୍ଧାର।। ପକ୍ଷୀକୁ ନେବା ଲାଗି ଗ୍ରାମବାସୀ ମାନେ ବନ ବିଭାଗକୁ ଖବର ଦେଲେ।
ସୁନ୍ଦରଗଡ଼ ଜିଲ୍ଲାରୁ ଉଦ୍ଧାର ହେଲା ବିରଳ ପ୍ରଜାତି ର ଗରୁଡ଼ ପକ୍ଷୀ । ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଦମକୁଡା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଉଦ୍ଧାର ହୋଇଛି।

ଉକ୍ତ ବିରଳ ପକ୍ଷୀଟି ଉଡି ଉଡ଼ି ଆସି ଘର ଅଗଣା ରେ ପାଣି ପିଉଥିବା ବେଳେ ତାକୁ ଉଦ୍ଧାର କରାଯାଇଛି । ଏହି ପକ୍ଷୀକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇବା ସହ ଭିଡ଼ ଦେଖିବାକୁ ମିଳିଛି । ଏହା ଏକ ବିରଳ ପକ୍ଷୀ ହୋଇଥିବାରୁ ଉଦ୍ଧାର କଲା ପରେ ବନ ବିଭାଗ କୁ ଖବର ଦିଆଯାଇଛି ।
