ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ରେ ଆରମ୍ଭ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ରେ ନିମ୍ନମାନର ସାମଗ୍ରୀ ବ୍ୟବହୃତ ହେଉଥିବା ଅଭିଯୋଗ କରିଛନ୍ତି ବିରମିତ୍ରପୁର ବିଧାୟକ ଶଙ୍କର ଓରାମ

0 1,031

ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ରେ ଆରମ୍ଭ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ରେ ନିମ୍ନମାନର ସାମଗ୍ରୀ ବ୍ୟବହୃତ ହେଉଥିବା ଅଭିଯୋଗ କରିଛନ୍ତି ବିରମିତ୍ରପୁର ବିଧାୟକ ଶଙ୍କର ଓରାମ । ଲକ୍ଷ ଲକ୍ଷ ଟଙ୍କାର କାମ ବିନା ଟେଣ୍ଡର ରେ ବିଭାଗୀ ଯନ୍ତ୍ରୀ ଙ୍କ ନାମରେ କରାଯାଇ ସରକାରୀ ଅର୍ଥର ଅପବ୍ୟୟ କରାଯାଉଛି ବୋଲି କହିଛନ୍ତି ବିଧାୟକ । ବିରମିତ୍ରପୁର ସରକାରୀ କଲେଜ ରେ ଚାଲିଥିବା କାମର ନିରୀକ୍ଷଣ କରିବାକୁ ଆଜି ବିଧାୟକ ନିଜେ ପହଞ୍ଚିଥିଲେ ବିଦ୍ୟାଳୟ ପରିସରରେ । ସେଠାରେ ଚାଲିଥିବା କବାଟ , ଝରକା କାମରେ ନିମ୍ନ ମାନର ସାମଗ୍ରୀ ଲଗାଯାଉଛି ଏବଂ ଛାତ ଗ୍ରୀଡିଂ ଠିକ ଭାବେ କରାଯାଉନାହିଁ ବୋଲି ବିଧାୟକ କହିଛନ୍ତି । ଛାତ ଗ୍ରିଡିଂ ର କାମ ନିରୀକ୍ଷଣ କରିବାକୁ ବିଧାୟକ ନିଜେ ଶିଢି ଲଗାଇ ଛାତ ଉପରେ ଚଢିଥିଲେ । ଜିଲ୍ଲା ଖଣିଜ ଫଉଣ୍ଡସନ ର ଅର୍ଥ ବିନିଯୋଗ ରେ ଏହି କାମ ଗୁଡିକ ଚାଲିଥିବା ବେଳେ ଏହାର ସଠିକ ତଦାରଖ ଜିଲ୍ଲା ପ୍ରଶାସନ କରିବାକୁ ବିରମିତ୍ରପୁର ବିଧାୟକ ଶଙ୍କର ଓରାମ ଦାବି କରିଛନ୍ତି ।

Leave A Reply

Your email address will not be published.