ବିମାନ ବନ୍ଦର , ରେଳ ଷ୍ଟେସନ , highway ଆଦି କେତେକ ସେବା କାରୀ ସଂସ୍ଥା କୁ କେନ୍ଦ୍ର ସରକାର ଘରୋଇ କଂପାନୀ ଙ୍କୁ ଅର୍ଥ ବିନିମୟରେ ଲିଜ ଦେବା ପ୍ରସ୍ତାବକୁ କଂଗ୍ରେସ ଦଳ ବିରୋଧ କରିଛି । ଗୁରୁବାର ଦିନ ରାଉରକେଲା ରେ ଯୁବ କଂଗ୍ରେସ ତରଫରୁ ଏକ ପ୍ରତିବାଦ ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରା ସହର ର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ସହ ଲୋକମାନଙ୍କୁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଅବଗତ କରାଇ ଥିଲେ । ଦେଶ ର ସମ୍ପତ୍ତି କୁ ଘରୋଇ ବ୍ୟବସାୟୀ ଙ୍କ ହାତରେ ଟେକି ଦେବାର ନିଷ୍ପତ୍ତି କୁ ତୀବ୍ର ବିରୋଧ କରାଯିବ ବୋଲି କଂଗ୍ରେସ ଦଳ ତରଫ ରୁ କୁହାଯାଇଛି ।