ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଅବାଧ ନିର୍ବାଚନ ଲାଗି ନିର୍ବାଚନ କମିଶନ ମଦ ବିକ୍ରି ଉପରେ କେତେକ କଟକଣା ମଧ୍ୟ ଜାରି କରିଛନ୍ତି। ଏହି ସମୟରେ ସୁନ୍ଦର ଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ର ୧୪୩ ନମ୍ବର ଜାତୀୟ ରାଜପଥର ଯୋଡ଼ା ବନ୍ଧ ନିକଟରେ ୮୦ ଲିଟର ବିଦେଶୀ ମଦ ଜବତ ହୋଇଛି।

ଏକ ଅଟୋରେ ମଦ ଯାଉ ଥିବା ବେଳେ ଖବର ପାଇ ପୋଲିସ ଅଟୋ କୁ ଅଟକାଇ ଥିଲେ। ଅଟୋ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇ ଥିବା ବେଳେ ଯାଞ୍ଚ ସମୟରେ ଅଟୋ ମଧ୍ୟରୁ ୧୨ ପେଟି ବିଦେଶୀ ଜବତ କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଏହା ନକଲି ମଦ ଜଣା ପଡୁଥିବା ବେଳେ ଅଟୋ ଡ୍ରାଇଭରକୁ ପୋଲିସ ଖୋଜୁଛନ୍ତି।