ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନାର ଦଳମକୁଚl ଘାଟି ରେ ଏକ ହାଇୱ। ଗାଡ଼ି ଧକ୍କାରେ ଅଟୋ ରେ ବସିଥିବା ମା ଏବଂ ପୁଅ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ବିଶ୍ଵ ଭୂଷଣ ଦାସ ଏକ ଅଟୋ ରେ ପରିବାର ସହିତ ଟେଂସାl ଶଶୁର ଘରୁ ନିଜ ଗାଁ କେନ୍ଦୁଡ଼ିହି କୁ ଫେରୁ ଥିବା ବେଳେ ହାଇୱ। ଟି ପଛପଟୁ ଅଟୋକୁ ଧକ୍କା ଦେଇଥିଲା । ଅଟୋରେ ବସି ଥିବା ବିଶ୍ଵଭୂଷଣ ଙ୍କ ସ୍ତ୍ରୀ ଏବଂ ୪ ବର୍ଷ ର ଶିଶୁ ପୁତ୍ର ଏହି ଦୁର୍ଘଟଣାରେ ଆହତ ହୋଇଥିଲେ। ଲହୁଣୀପଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସରେ ଆହତଙ୍କୁ ଲହୁଣୀପଡ଼ା ଡାକ୍ତରଖାନା ପଠାଇଥିଲେ।ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନl କୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ୍ ଅଟୋ ଓ ହାଇୱା ଟ୍ରକ୍ କୁ ଜବତ କରି ତଦନ୍ତ କରୁଛନ୍ତି ।