ରାଉରକେଲା ରେ ମୁଖ୍ୟମନ୍ତ୍ରୀ ରହିବେ 45 ମିନିଟ

0 506

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଆସି ପହଞ୍ଚିବେ । ଭୁବନେଶ୍ୱର ଏଆର ଷ୍ଟ୍ରୀପ ରୁ 10 ଟା ବେଳେ ବାହାରି ମୁଖ୍ୟମନ୍ତ୍ରୀ 11 ଟା ବେଳେ ରାଉରକେଲା ଏଆର ଷ୍ଟ୍ରୀପ ରେ ପହଞ୍ଚିବେ । ସେଠାରୁ ସିଧାସଳଖ ସେ ଆଇ ଜି ଏଚ କ୍ୟାମ୍ପସ ରେ ଥିବା ସୁପର ସ୍ପେସିଆଲିଟି ହସ୍ପିଟାଲର
ଅଡ଼ିଟରିଅମ ପହଞ୍ଚି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିବେ । ଏହା ପରେ ସେହି ସ୍ଥାନରେ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ ଏବଂ ଉଦଘାଟନ କରି ଉପସ୍ଥିତ ଜନ ସାଧାରଣ ଙ୍କୁ ସମ୍ବୋଧନ କରିବେ ।

ସମସ୍ତ କାର୍ଯ୍ୟକ୍ରମ ପରେ 11 ଟା 45 ମିନିଟ ରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳୀ ରୁ ବାହାରି ଭୁବନେଶ୍ୱର ପ୍ରସ୍ଥାନ କରିବେ । ଏହା ସହିତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ରେ ମଧ୍ୟ ହିତାଧିକାରୀଙ୍କୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ । ଏହି କାର୍ଯ୍ୟକ୍ରମ ରେ ରାଜ୍ୟର ମନ୍ତ୍ରୀ , ବିଧାୟକ ଏବଂ କର୍ପୋରେସନ ର ଅଧ୍ୟକ୍ଷ ମାନେ ରହି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବେ । ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ଲାଗି ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଆଜି ସନ୍ଧ୍ୟାରେ ଏଥିଲାଗି ପ୍ରଶାସନ ପକ୍ଷରୁ ରିହଲସଲ ମଧ୍ୟ କରାଯାଇଛି ।

Leave A Reply

Your email address will not be published.