ପୁଣି ଲେଉଟିଲା ନାଇଟ କର୍ଫ୍ୟୁ। ରାଜ୍ୟରେ ତଥା ଦେଶରେ କୋଭିଡ 19 ଏବଂ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ୨୦୨୨ ର କୋଭିଡ ଗାଇଡ଼ ଲାଇନ ଜାରି କରିଛନ୍ତି
। ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ଜାରୀ କରାଯାଇଛି। ଏହି ରାତ୍ରିକାଳୀନ କର୍ଫ୍ୟୁ ନିର୍ଦେଶନାମା ଜାନୁଆରୀ ୧ ତାରିଖରୁ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ରାତି ୧୦ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ରହିବ। ରାତି ୧୦ ଟା ପରେ ଯାନବାହାନ ଚଳାଚଳ ନିଷେଧ କରାଯାଇଛି। ଅତି ଜରୁରୀ କାମ ନଥିଲେ ଘରୁ ବାହାରିବାକୁ ବାରଣ କରାଯାଇଛି। କୌଣସି ପ୍ରକାର ଜିରୋନାଇଟ ସେଲିବ୍ରେସନ 8ଉପରେ ରୋକ ଲଗାଯାଇଛି। କଟକ , ଭୁବନେଶ୍ୱରରେ ତଥା ଅନ୍ୟ କେତେକ ସହରରେ ଡିସେମ୍ବର ୩୧ ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଲାଗି ସମସ୍ତ ଧାର୍ମିକ ସ୍ଥଳରେ ଦର୍ଶନ ବାରଣ କରାଯାଇଛି। ଓମିକ୍ରନ୍ ସଂକ୍ରମଣ ଵୃଦ୍ଧି ର ଆଶଙ୍କା ମଧ୍ୟରେ ରାଜ୍ୟ ସରକାର ସମସ୍ତ କଟକଣା କୁ କଡାକଡି ଭାବେ ପାଳନ କରିବାକୁ ଜିଲ୍ଲାପାଳ ଏବଂ ମହନଗର ନିଗମ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି।

