ସୁନ୍ଦରଗଡ଼ ଜିଲ୍ଲା କୋଇଡା ଏବଂ ଟେନସା ଅଞ୍ଚଳରେ ତୁଷାରପାତ।। ତାପମାତ୍ରା ଆହୁରି ୨ ରୁ ୩ ଡିଗ୍ରୀ କମିବା ସମ୍ଭାବନା।

0 412

ରାଜ୍ୟର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ଥିବାବେଳେ ୧୨ ଟି ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି।

ଆସନ୍ତା ୪ ଦିନ ଆଉ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବାର ସମ୍ଭାବନା ରହିଥିବାର ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ସୁନ୍ଦରଗଡ଼ ଜିଲ୍ଲାରେ ୧୦ ଡିଗ୍ରୀ ତଳେ ତାପମାତ୍ରା ଥିବା ବେଳେ ବଣେଇ ଉପଖଣ୍ଡର କୋଇଡା ବ୍ଲକରେ ତାପମାତ୍ରା ଆହୁରି କମ ରହିଛି। କୋଇଡା ବ୍ଲକର
ଟେନସା ରେ ତୁଷାରପାତ ଆରମ୍ଭ ହୋଇଯାଇଛି। ସୋମବାର ସକାଳୁ ବିଭିନ୍ନ ସ୍ଥାନରେ ତୁଷାର ଅସ୍ଥରଣ ଦେଖିବାକୁ ମିଳୁଛି। ରଖାଯାଇଥିବା ଗାଡି ଉପରେ ତୁଷାରର ଏକ ଆସ୍ଥରଣ ଦେଖିବାକୁ ମିଳୁଛି। ତୁଷାର ପାତ ସାଙ୍ଗକୁ ଘନ କୁହୁଡି ମଧ୍ୟ ଲାଗି ରହିଛି। ପ୍ରବଳ ଥଣ୍ଡାରୁ ରକ୍ଷା ପାଇବାଲାଗି ଲୋକମାନେ ନିଆଁ ଜାଳି ସେକି ହେବାର ଦେଖାଯାଉଛି। ଆଗକୁ କିଛିଦିନ ଏହି ତାପମାତ୍ରା ଜାରୀ ରହିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.