ଧୀରେ ଧୀରେ ଏବେ ଶୀତ ର ପ୍ରଭାବ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯ ଟି ସ୍ଥାନରେ ୧୧ ଡିଗ୍ରୀ ସେଲସିୟସ ତଳେ ପାରଦ ଥିବା ବେଳେ ଦାରିଙ୍ଗବାଡିରେ ସର୍ବନିମ୍ନ ୬.୫ ଡିଗ୍ରୀ ସେଲସିୟସ ତଳେ ରହିଛି
। ଦୂତୀୟ ସ୍ଥାନରେ ଫୁଲବାଣୀ ୭.୫ ଡିଗ୍ରୀ ସେଲସିୟସ ତଳେ ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି। ବିଶେଷକରି ଜିଲ୍ଲାର ବଣେଇ ଉପଖଣ୍ଡ ର ଟେନସା , କୋଇଡା , କାଲଟା , ବରସୁଆଁ ଆଦି ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଶୀତ ସାଙ୍ଗକୁ ଘନ କୁହୁଡି ମଧ୍ୟ ରହୁଛି। ଶୀତ ଦାଉରୁ ରକ୍ଷା ପାଇବା ଲାଗି ଲୋକମାନେ ନିଆଁ ଜାଳି ସେକି ହେଉଛନ୍ତି । ଚା ଖଟିରେ ଭିଡ଼ ଜମୁଛି। ଆଗାମୀ ଦିନରେ ଶୀତର ପ୍ରକୋପ ବଢିବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ଖୋଲାଯାଇଥିବା ଆଶ୍ରୟ ସ୍ଥଳରେ ନିଃସହାୟ ଲୋକମାନେ ଆସି ରହିବାକୁ ନିବେଦନ କରାଯାଇଛି ।

