ସ୍ୱାବଲମ୍ବୀ ହେବାଲାଗି ଏବେ ସରକାରୀ ଏବଂ ବେସରକାରୀ ସ୍ତରରେ କୁକୁଡ଼ା , ଛେଳି , ମାଛ ଆଦି ଚାଷ କରାଯାଉଛି।
ଏହି ସମୟରେ ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ର ଗନ୍ଦରକେଲା ଗ୍ରାମରେ ମନୋଜ କୁମାର ପତି ବତକ ଚାଷ ଆରମ୍ଭ କରିଛନ୍ତି। ନିଜେ ଏକ ପୋଖରୀ ଖୋଳି ସେଠାରେ ବତକ ଚାଷ ଆରମ୍ଭ କରିଛନ୍ତି। ବତକ ପାଳୁଥିବା ବେଳେ ବହୁ ବତକ ରୋଗ ଯୋଗୁଁ ମରିଗଲେ। ନୂଆ ନୂଆ ବତକ ଚାଷ କରୁଥିବାରୁ ରୋଗ ବାବଦରେ ସେ ଅଜ୍ଞ ଥିଲେ। ଏବେ ଡାକ୍ତର ଡାକି ବତକଙ୍କୁ ସୁସ୍ଥ ପରିବେଶରେ ରଖିଛନ୍ତି । ଏବେ ତାଙ୍କ ପାଖରେ ରହିଛି ୬୦ ରୁ ୭୦ ବତକ । ବତକ ଅଣ୍ଡା ବିକ୍ରି କରି ସେ ବେଶ ଦିପଇସା ରୋଜଗାର କରୁଛନ୍ତି। ସରକାରୀ ସାହାଯ୍ୟ ମିଳିଲେ ଏହି ବତକ ଚାଷକୁ ବଡ ଆକାରରେ କରିହେବ ବୋଲି ମନୋଜ କହିଛନ୍ତି।

