ରାଉରକେଲାରେ ବିଜେପିର ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି।। କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

0 285

ଆଗକୁ ଆସୁଛି ପଞ୍ଚାୟତ ଏବଂ ପୌରପାଳିକା ନିର୍ବାଚନ। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ , ବିଜେପି ଏବଂ ବିଜେଡି ଏବେ ଠାରୁ ନିର୍ବାଚନର ପ୍ରସ୍ତୁତି ଏବଂ ରଣକୌଶଳ ଆରମ୍ଭ କରିଦେଲେଣି।

ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ ପରେ ଏବେ ବିଭିନ୍ନ ସାଙ୍ଗଠନିକ ଜିଲ୍ଲାରେ ବୈଠକ ମାନ ଆୟୋଜନ କରୁଛି। ରାଉରକେଲା ରେ ବିଜେପି ର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି , ସାଧାରଣ ସମ୍ପାଦକ ରବିନାରାୟଣ ନାୟକଙ୍କ ସମେତ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ମଧ୍ୟ ଯୋଗ ଦେଇଥିଲେ । ଦୁଇଦିନ ଧରି ଚାଲିଥିବା ଏହି କାର୍ଯ୍ୟକାରିଣୀ ବୈଠକରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ରାଜ୍ୟ ବିଜେପି ପଦାଧିକାରୀ ମାନେ ରାଉରକେଲା ରେ ଆଜି ଦିବ୍ୟ କାଶୀ , ଭବ୍ୟ କାଶୀ କାର୍ଯ୍ୟକ୍ରମ ଦେଖି ନିଜ ଖୁଶି ଜାହିର କରିଥିଲେ ।

Leave A Reply

Your email address will not be published.