ଚୋରି ମାମଲାରେ ଦୁଇ ମହିଳା ଗିରଫ, ସୁନା ଓ ହୀରା ଅଳଙ୍କାର ଜବତ
ରାଉରକେଲା, ୩୦ ଅକ୍ଟୋବର (ସତ୍ୟାନ୍ୟୁଜ): ଚୋରି ମାମଲାର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ପ୍ଲାଣ୍ଟସାଇଟ୍ ଥାନା ପୋଲିସ। ଏହି ମାମଲାରେ ଦୁଇ ଜଣ ମହିଳାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଚୋରି ହୋଇଥିବା ସୁନା ଓ ହୀରା ଅଳଙ୍କାର ଜବତ କରିଛି ପୋଲିସ।
ଗିରଫ ଦୁଇ ମହିଳା ରାଉରକେଲାର ଟିମ୍ବର କଲୋନୀ ଓ ପଟନା ବସ୍ତି ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ଉଭୟ ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳର।
ପୋଲିସ ସେମାନଙ୍କଠାରୁ ଗୋଟିଏ ସୁନା ଚେନ୍, ଗୋଟିଏ ସୁନା ମୁଦି, ଦୁଇଟି ସୁନା କାନଫୁଲ ଏବଂ ଦୁଇଟି ହୀରା ଖଚିତ ବାଲା ଜବତ କରିଛି।
ଏହି ଚୋରି ମାମଲାରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି।