କେନ୍ଦୁଝର : ମହିଳା କନେଷ୍ଟବଳ ସ୍ୱାମୀଙ୍କୁ ହତ୍ୟା ଘଟଣାରେଏରାଗୋଲା ଗ୍ୟାଙ୍ଗ ସମ୍ପୃକ୍ତ।। ୩ ନାବାଳକଙ୍କ ସହ ୯ ଗିରଫ।

0 57

ମାସେ ପରେ ତ୍ରିଲୋଚନ ମହାନ୍ତ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ହତ୍ୟାର ରହସ୍ୟ ଖୋଲିଲା କେନ୍ଦୁଝର ପୋଲିସ
ସେପ୍ଟେମ୍ବର ୨୮ ରେ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ, ମହିଳା କନଷ୍ଟେବଳଙ୍କ ସ୍ୱାମୀଙ୍କୁ ହାଣିବା ପରେ ଗୁଳି କରି କରାଯାଇଥିଲା ହତ୍ୟା । ୩ ନାବାଳକଙ୍କ ସମେତ ୯ ଗିରଫ।

କେନ୍ଦୁଝର: ୩୧/୧୦
(ସତ୍ୟାନ୍ୟୁଜ)
ଦୀର୍ଘ ଏକ ମାସ ପରେ ବହୁଚର୍ଚ୍ଚିତ ତ୍ରିଲୋଚନ ମହାନ୍ତ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କେନ୍ଦୁଝର ପୋଲିସ। ଗତ ସେପ୍ଟେମ୍ବର ୨୮ ତାରିଖରେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଥିଲା।
ପାଟଣା ଥାନାରେ କାର୍ଯ୍ୟରତ ଜଣେ ମହିଳା କନଷ୍ଟେବଳଙ୍କ ସ୍ୱାମୀ ତ୍ରିଲୋଚନ ମହାନ୍ତଙ୍କୁ ଦୁର୍ବୃତ୍ତମାନେ ପ୍ରଥମେ ଧାରୁଆ ଅସ୍ତ୍ରରେ ହାଣିବା ପରେ ଗୁଳି କରି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ସେତେବେଳେ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିଲା।
ଘଟଣାର ତଦନ୍ତ ଜାରି ରଖିଥିବା କେନ୍ଦୁଝର ପୋଲିସ ଶେଷରେ ଏହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି।
ଲୁଟ୍ ପାଇଁ ହତ୍ୟା ହୋଇଥିବା ଏବଂ ହତ୍ୟା ପଛରେ
ଏରାଗୋଲା ଗ୍ୟାଙ୍ଗ ର ହାତ ରହିଥିବା ଏସପି କହିଛନ୍ତି। ଯାଜପୁର ରେ ସକ୍ରିୟ ରହିଥିବା ଏହି ଗ୍ୟାଙ୍ଗ ର ସଦସ୍ୟ।ମାନେ ମୁଖ୍ୟତଃ ଲୁଟ୍ ଏଵଂ ଛିନତାଇ କରିଥାନ୍ତି। ଏହି ହତ୍ୟା ଘଟଣାରେ ଆହୁରି ଗିରଫଦାରି ହେବ ବୋଲି କେନ୍ଦୁଝର ପୋଲିସ୍ ଏସପି କହିଛନ୍ତି।

Leave A Reply

Your email address will not be published.