ଭୁବନେଶ୍ବର: ଗଭୀର ଅବପାତ ଯୋଗୁଁ ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା।। କଳିଙ୍ଗା ଘାଟିରେ ବଡ ଭୂସ୍ଖଳନ।। ଦକ୍ଷିଣ ଓଡ଼ିଶାର ୬ ଟି ଜିଲ୍ଲା ପ୍ରଭାବିତ।

0 75

ଭୁବନେଶ୍ବର:୨୪/୯
(ସତ୍ୟାନ୍ୟୁଜ) ଗଭୀର ଅବପାତ ଯୋଗୁଁ ଦୁଇଦିନ ହେଲା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ପ୍ରବଳ ବର୍ଷା। ଆଜି ବର୍ଷା ପରିମାଣ ବହୁ ପରିମାଣରେ ବଢ଼ି ଯାଇଥିବା ବେଳେ ପବନ ମଧ୍ୟ ବହୁଛି। ବିଶେଷ କରି ଗଞ୍ଜାମ , ରାୟଗଡ଼ା , କୋରାପୁଟ , ନବରଙ୍ଗପୁର , କନ୍ଧମାଳ
ଜିଲ୍ଲା ବର୍ଷା ଯୋଗୁ ପ୍ରଭାବିତ ହୋଇଥିବା ବେଳେ ପୁରୀ , ଖୋର୍ଦ୍ଧା ଭୁବନେଶ୍ୱର , କଟକ , ବାଲେଶ୍ୱର , ଯାଜପୁର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଲାଗି ରହିଛି। ଲଗାଣ ବର୍ଷା ଯୋଗୁଁ କଳିଙ୍ଗା ଘାଟିରେ ବଡ ଧରଣର ଭୂସ୍ଖଳନ ଘଟି ପ୍ରାୟ ୨୦୦ ମିଟର ରାସ୍ତା ଧୋଇ ଯାଇଛି। ଉକ୍ତ ରାସ୍ତାକୁ ବନ୍ଦ କରି ଦିଆ ଯାଇଛି। ବିଭିନ୍ନ ଗ୍ରାମାଞ୍ଚଳ ସହ ସହର ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି। ପୁରୀ , ଗଞ୍ଜାମ ଜିଲ୍ଲାରେ ସମୁଦ୍ର ଅଶାନ୍ତ ରହିଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ କରା ଯାଉଛି। ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରା ଯାଉଛି। ତଥାପି ଟୁରିଷ୍ଟ ଏବଂ ସ୍ଥାନୀୟ ଲୋକଙ୍କ ଭିଡ ସମୁଦ୍ର କୂଳରେ ରହିଛି। ଚିଲିକାରେ ମଧ୍ୟ ସମୁଦ୍ର ଅଶାନ୍ତ ରହିଛି। ଲଗାଣ ବର୍ଷା ଯୋଗୁ ପୁରୀ ର ବହୁ ଅଞ୍ଚଳ ପ୍ରଭାବିତ ହୋଇଛି। ପୁରୀ ବଡ଼ଦାଣ୍ଡରେ ମଧ୍ୟ ବର୍ଷା ଜଳ ଜମି ରହୁଛି। ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଜିଲ୍ଲାରେ ଓଡ଼୍ରାଫ୍ , ଫାୟାର ଟିମ୍ ମୁତୟନ କରାଯାଇଛି । ଆସନ୍ତା ୨୬ ତାରିଖ ପରେ ବର୍ଷା କମିବା ସମ୍ଭାବନା ରହିଥିବା ଯୋଗୁ ସ୍ଥିତି ସ୍ୱାଭାବିକ ହେବାର ଆଶା କରା ଯାଉଛି।

Leave A Reply

Your email address will not be published.